ଓଡ଼ିଶା ଏଫ୍‌ସି ସହ ଯୋଡିହେଲେ କାଶ୍ୟପ

ଭୁବନେଶ୍ବର : ଅଭିଜ୍ଞ ଭାରତୀୟ ପ୍ରଶିକ୍ଷକ ସନ୍ତୋଷ କାଶ୍ୟପ ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ କ୍ଲବ୍‌ ଓଡ଼ିଶା ଏଫ୍‌ସି ସହିତ ଯୋଡ଼ି ହୋଇଛନ୍ତି। ଏହି କ୍ଲବ୍‌ ତାଙ୍କୁ କ୍ଲିଫୋର୍ଡଙ୍କ ଦଳର ପ୍ରଥମ ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ଦେଇଥିବା ସୋମବାର କହିଛି। ଫଳରେ ଏହି ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ ତାରକା ତଥା ଏଏଫ୍‌ସି ପ୍ରୋ-ଲାଇସେନ୍ସଧାରୀ ଓଏଫ୍‌ସି ସହ ଯୋଡ଼ିହେଲେ ବୋଲି କ୍ଲବ୍‌ର ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲରେ ଘୋ‌ଷଣା କରାଯାଇଛି।

ଭାରତୀୟ ଫୁଟ୍‌ବଲରେ କାଶ୍ୟପଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ଆଇ-ଲିଗ୍‌ ଏବଂ ଆଇଏସ୍‌ଏଲ୍‌ର ଏକାଧିକ କ୍ଲବ୍‌ର ପ୍ରଶିକ୍ଷଣ ଦାୟିତ୍ବ କାଶ୍ୟପ ତୁଲାଇ ସାରିଛନ୍ତି। ବିଶେଷକରି ମୋହନବାଗାନ, ମୁମ୍ବାଇ ଏଫ୍‌ସି, ଆଇଜଲ ଏଫ୍‌ସି ଭଳି ବିଭିନ୍ନ କ୍ଲବ୍‌ର ପ୍ରଶିକ୍ଷକ ଭାବେ ତାଙ୍କର ସୁନାମ ରହିଛି। ସେ ମଧ୍ୟ ଓଡ଼ିଶା ଏଫ୍‌ସି ସହ ଯୋଡ଼ିହେବାକୁ ନେଇ ଖୁବ୍‌ ଖୁସୀ ଅଛନ୍ତି। ଆଗାମୀ ହିରୋ ସୁପର କପ୍‌ରେ କ୍ଲବ୍‌ର ସଫଳତା ପାଇଁ ସେ ଖେଳାଳି ଓ ପ୍ରଶିକ୍ଷକମାନଙ୍କ ସହ କାର୍ଯ୍ୟକରି ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଓଏଫ୍‌ସିର ଭିତ୍ତିଭୂମି ଓ ପରିଚାଳନା ଢଙ୍ଗକୁ ପ୍ରଶଂସା କରିଛନ୍ତି। ଓଏଫ୍‌ସିକୁ ଉଚ୍ଚ ସ୍ତରରେ ପହଞ୍ଚାଇବା ସହ ଏକ ଶକ୍ତିଶାଳୀ ଦଳ ଭାବେ ଗଢ଼ି ତୋଳିବାକୁ କାଶ୍ୟପ ପ୍ରତିଶୃତି ଦେଇଛନ୍ତି।

ସମ୍ବନ୍ଧିତ ଖବର