ସିଲି ପଏଣ୍ଟ୍‌: ପଞ୍ଜାବୀରେ କଥା ହେଲେ କୋହଲି

ପଞ୍ଜାବ କିଙ୍ଗ୍ସ ବିପକ୍ଷ ଗୁରୁବାର ମ୍ୟାଚ୍‌ ଲାଗି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତାରକା ବ୍ୟାଟର୍‌ ‌ବିରାଟ କୋହଲି ସଂପ୍ରତି ଧର୍ମଶାଳାରେ ଅଛନ୍ତି। ଧର୍ମଶାଳାସ୍ଥିତ ହିମାଚଳପ୍ରଦେଶ କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ଅଭ୍ୟାସ କରୁଥିଲା ବେଳେ ଜଣେ ସ୍ଥାନୀୟ ଖେଳାଳି କିଂବଦନ୍ତି କୋହଲିଙ୍କ ଅଟୋଗ୍ରାଫ୍‌ ନେବାକୁ ଅନୁରୋଧ କରିଥିଲେ। କୋହଲି ସଂଗେସଂଗେ ପଞ୍ଜାବୀ ଭାଷାରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ। ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଯୁବ କ୍ରିକେଟର୍‌ ଜଣଙ୍କ ନେଟ୍ସ ନିକଟକୁ ଆସି ବିରାଟଙ୍କୁ ଅଟୋଗ୍ରାଫ୍‌ (ଦସ୍ତଖତ) ସହ ତାଙ୍କ ନାମ ‘ସାଇ’ ଲେଖିବା ଲାଗି ଅନୁରୋଧ କରୁଛନ୍ତି। ‘ସାଇ’ ଓ ‘ସାଇନ୍‌’ ଏକା ପ୍ରକାର ଶୁଣା ଯିବାରୁ ବିରାଟ ଦ୍ବନ୍ଦ୍ବରେ ପଡ଼ି ହସିବାକୁ ଲାଗିଲେ। ଏବଂ ‌ନୋଟ୍‌ ପ୍ୟାଡ୍‌ରେ ଦସ୍ତଖତ କରିବା ପୂର୍ବରୁ ଯୁବକ ଜଣଙ୍କୁ ପଞ୍ଜାବୀ ଭାଷାରେ କୋହଲି ପଚା‌ରିଲେ ‘‘ନା କି ହୈ ତେରା’ (ତୁମ ନାଁ କ’ଣ)?’’।

ସମ୍ବନ୍ଧିତ ଖବର