ସିଲି ପଏଣ୍ଟ୍‌: ରାଜସ୍ଥାନ ରୟାଲ୍ସ ସହମାଲିକ ଜିନ୍ଦଲ ଉତ୍ତେଜିତ

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଂଜୁ ସାମସନ୍‌ଙ୍କ କ୍ୟାଚ୍‌ ବିବାଦ ଥମୁନାହିଁ। ଏହି ବିବାଦ ଭିତରେ ଦିଲ୍ଲୀ କ୍ୟାପିଟାଲ୍ସର ସହ ମାଲିକ ପାର୍ଥ ଜିନ୍ଦଲଙ୍କ ଏକ ଉତ୍ତେଜିତ ଆଚରଣ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସଂଜୁ ଆଉଟ୍‌ ହେବା ପରେ ଅମ୍ପାୟାରଙ୍କ ସହ ତାଙ୍କର ଯୁକ୍ତିତର୍କ ଚାଲୁଥିଲେ ମଧ୍ୟ ଜିନ୍ଦଲ୍‌ ଭିଆଇପି ବକ୍ସ ଭିତରେ ଥାଇ ଆଉଟ୍‌ ଆଉଟ୍‌ ବୋଲି ଆଙ୍ଗୁଠି ଦେଖାଇ ଚିତ୍କାର କରିଥିଲେ। ଯାହାକୁ କି ମ୍ୟାଚ୍‌ ପ୍ରସାରଣ କରୁଥିବା କ୍ୟାମେରା ‌ରେକର୍ଡ କରିନେଇଥିଲା। ତାଙ୍କର ଏଭଳି ଆଚରଣକୁ ଅନେକ ପ୍ରଶଂସକ ସମାଲୋଚନା କରିଥିଲେ। କିନ୍ତୁ ମ୍ୟାଚ୍‌ ଶେଷ ହେବା ପରେ ସଂଜୁ ଓ ରାଜସ୍ଥାନର ସହମାଲିକ ମନୋଜ ବଡାଲେଙ୍କୁ ଭେଟି ଆଲୋଚନା କରିଥିଲେ ଜିନ୍ଦଲ। ଆଲୋଚନା ସମୟର ଫଟୋକୁ ସାମାଜିକ ଗଣମାଧ୍ୟମରେ ସେୟାର କରିବା ସହ ସଂଜୁଙ୍କ ପାଳିକୁ ଦେଖି ସେ ଚିନ୍ତିତ ହୋଇପଡ଼ିଥିଲେ ଓ ସେଥିପାଇଁ ଏଭଳି ଆଚରଣ ବାହାରି ଆସିଥିଲା ବୋଲି ଲେଖିଛନ୍ତି। ଏଥିସହ ସଂଜୁଙ୍କ ଆକ୍ରମଣାତ୍ମକ ବ୍ୟାଟିଂକୁ ମଧ୍ୟ ଜିନ୍ଦଲ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର