ମୋଦୀଙ୍କ ସହ ଲଢ଼ୁଛନ୍ତି ରାହୁଲ: ଓମାର

ନୂଆଦିଲ୍ଲୀ: ଏନସି (ନେସନାଲ କନଫରେନ୍ସ) ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କ ପୁରୁଣା ବନ୍ଧୁ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଓମାର କହିଛନ୍ତି, କଂଗ୍ରେସ ନେତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିଧାସଳଖ ଲଢ଼ୁଛନ୍ତି। ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଆକ୍ରମଣ କରୁଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଳେଖଯୋଗ୍ୟ, ଉଭୟ ଏନ୍‌ସି ଏବଂ କଂଗ୍ରେସ ବିରୋଧୀ ଇଣ୍ଡିଆ ମେଣ୍ଟ ଅଧୀନରେ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଏନ୍‌ସି ଅନନ୍ତନାଗ, ବାରମୁଳା ଏବଂ ଶ୍ରୀନଗର ଆସନରେ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ଉଧମପୁର, ଜମ୍ମୁ ଏବଂ ଲଦାଖ ଲୋକସଭା ନିର୍ବାଚନମଣ୍ଡଳୀରେ ଲଢ଼ୁଛି। ଅବଦୁଲ୍ଲା କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ବିଭିନ୍ନ କାରଣ ପାଇଁ ଜମ୍ମୁ କାଶ୍ମୀର ଲୋକଙ୍କ ପାଇଁ ପ୍ରଥମ ହେବ। କେନ୍ଦ୍ର ଶାସିତ ଅଞ୍ଚଳ ହେବାପରେ ଏହା ଆମ ପାଇଁ ପ୍ରଥମ ନିର୍ବାଚନ ଏବଂ ଧାରା ୩୭୦ ଉଚ୍ଛେଦ ହେବାପରେ ମଧ୍ୟ ଏହା ଆମ ପାଇଁ ପ୍ରଥମ ନିର୍ବାଚନ ବୋଲି ଓମାର କହିଛନ୍ତି।

ସମ୍ବନ୍ଧିତ ଖବର