ମାଲେଶ୍ବରୀ ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ପଦକ ବିଜୟିନୀ ପ୍ରଥମ ଭାରତୀୟ ମହିଳା, ପଦ୍ମଶ୍ରୀ ତଥା ପୂର୍ବତନ ଚାମ୍ପିଅନ୍ ଭାରୋତ୍ତୋଳନ ତାରକା କର୍ଣ୍ଣମ ମାଲେଶ୍ବରୀ ଦିଲ୍ଲୀ କ୍ରୀଡ଼ା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ ହୋଇଛନ୍ତି। ଲେପ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବାଇଜଲଙ୍କ କାର୍ଯ୍ୟାଳୟ ବୁଧବାର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରି ଏହି ସୂଚନା ଦେଇଛି। ୨୦୦୦ ମସିହାର ସିଡ୍‌ନି ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତି ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଫର୍ଦ ଯୋଡ଼ିଥିବା ମାଲେଶ୍ବରୀଙ୍କ ମାର୍ଗଦର୍ଶନରେ ଏହି ଶିକ୍ଷାନୁଷ୍ଠାନ ସଫଳତାର ନୂଆ ସ୍ତର ଛୁଇଁବ ବୋଲି କ୍ରୀଡ଼ାପ୍ରେମୀ ଆଶାପ୍ରକାଶ କରିଛନ୍ତି। ୨୦୧୯ ମସିହାରେ ଦିଲ୍ଲୀ ବିଧାନସଭାରେ ପାରିତ ହୋଇଥିବା ବିଲ୍ ଅନ୍ତର୍ଗତ ସ୍ଥାପିତ ହୋଇଥିବା ଏହି ବିଶ୍ବବିଦ୍ୟାଳୟ ସ୍ନାତକ, ସ୍ନାତକୋତ୍ତୋର ଓ ଡକ୍ଟରେଟ୍ ଡିଗ୍ରିରେ ପାଠ୍ୟକ୍ରମ ପ୍ରଦାନ କରିବ।

ସମ୍ବନ୍ଧିତ ଖବର