ନଗେଶ ଟ୍ରଫି: ହ୍ୟାଟ୍ରିକ ବିଜୟ ସହ କ୍ବାର୍ଟରରେ ଓଡ଼ିଶା

ଭୁବନେଶ୍ବର: ଜାତୀୟ ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ହ୍ୟାଟ୍ରିକ ବିଜୟ ସହ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ତାମିଲନାଡୁକୁ ୭ ୱିକେଟ୍‌ରେ ଏବଂ ଦ୍ବିତୀୟରେ ଝାଡ଼ଖଣ୍ଡକୁ ୧୦ ୱିକେଟ୍‌ରେ ହରାଇଥିବା ଓଡ଼ିଶା ଶୁକ୍ରବାର ୭ ୱିକେଟ୍‌ରେ ଦିଲ୍ଲୀକୁ ପରାସ୍ତ କରି ହ୍ୟାଟ୍ରିକ ଅର୍ଜନ କରିଛି। ଶନିବାର ଚତୁର୍ଥ ଲିଗ୍‌ ମ୍ୟାଚ୍‌ରେ ଏହି ଦଳ ଉତ୍ତରପ୍ରଦେଶକୁ ଭେଟିବ।

ଶୁକ୍ରବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୪ ୱିକେଟ୍‌ ହରାଇ ୧୫୦ ରନ୍‌ କରିଥିଲା। ବିପିନ କୁମାର ୫୯ ରନ୍‌ କରିଥିଲା ବେଳେ ସିଂଗରାଇ ମାଝି ଗୋଟିଏ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ଲିଙ୍ଗରାଜ ରାଉତରା (୬୦ ରନ୍‌)ଙ୍କ ଅର୍ଦ୍ଧଶତକ ଏବଂ ଲାଲ ପ୍ରସାଦ ସୋରେନଙ୍କ ୪୦ ରନ୍‌ ସହାୟତାରେ ୧୫.୨ ଓଭରରେ ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି‌ ନେଇଥିଲା। ଅର୍ଦ୍ଧଶତକ ପାଇଁ ଲିଙ୍ଗରାଜଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର