ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ରଗ୍‌ବି ପାଇଁ କିଟ୍‌ ଦଳ

ଭୁବନେଶ୍ୱର: ପାତିଆଲାର ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ରଗ୍‌ବି (ପୁରୁଷ ଓ ମହିଳା) ସେଭେନ୍‌ସ ପ୍ରତିଯୋଗିତା ପାଇଁ କିଟ୍‌ ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଦଳ (ଉଭୟ ବର୍ଗ) ଆଗାମୀ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‌ବି ସେଭେନ୍‌ସ ପ୍ରତିଯୋଗିତାର ମନୋନୟନ ଟ୍ରାଏଲ୍‌କୁ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଏହା ବ୍ୟତୀତ ଶ୍ରେଷ୍ଠ ୩ ଖେଳାଳି ମଧ୍ୟ ମନୋନୟନ ଟ୍ରାଏଲ୍‌କୁ ଯୋଗ୍ୟତା ହାସଲ କରିବେ। ମନୋନୟନ ଟ୍ରାଏଲ୍‌ ଚଳିତ ବର୍ଷ ମେ ମାସରେ କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ। ଏଠାରୁ ବଛା ଯାଇଥିବା ଦଳ ଜୁଲାଇ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ନାବିବ୍ୟାରେ ଆୟୋଜିତ ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବେ।

କିଟ୍‌ ପୁରୁଷ ଦଳ: ରାଜକିଶୋର ମୁର୍ମୁ, ଗୌରାଙ୍ଗ ଜାମୁଡା, ଅଲେଖ ମୁର୍ମୁ, ସୁଗୁଡା ମାଝୀ, ଅଜିତ କୁମାର ହାଁସ୍‌ଦା, ସମୀର ମଲ୍ଲିକ, ଅଜୟ ଓରାମ, ସର୍ବେଶ୍ୱର ମୁର୍ମୁ, କାଳିଚରଣ ବିଶ୍ୱାଳ, ରାଜକିଶୋର ପାତ୍ର, ନୁନାରାମ ହାଁସ୍‌ଦା, ହାଡ଼ି ଧାଙ୍ଗ୍‌ଡ଼ା ମାଝୀ, ମୁନା ମୁର୍ମୁ (ପ୍ରଶିକ୍ଷକ), ବିକାଶ ମୁର୍ମୁ (ପ୍ରବନ୍ଧକ)।

କିଟ୍‌ ମହିଳା ଦଳ: ହୁପୀ ମାଝୀ, ସୁମିତ୍ରା ନାୟକ, ସରସ୍ୱତୀ ହାଁସ୍‌ଦା, ଲିଜା ସର୍ଦାର, ରଜନୀ ଶବର, ସୋନି ମାଣ୍ଡାଙ୍ଗୀ, ଏଲିଜାବେଥ୍‌ ପ୍ରଧାନ, ମନିକା ମାଝୀ, ବାସନ୍ତୀ ପାଙ୍ଗୀ, ଭୁବନେଶ୍ୱରୀ ସିଂହ, ଚାନ୍ଦିନୀ ପ୍ରଧାନ, ଲଲିତା ମଲ୍ଲିକ ରୁଦ୍ରକେଶ ଜେନା (ପ୍ରଶିକ୍ଷକ), ବିନୁ ସାହୁ (ପ୍ରବନ୍ଧକ)। ଉଭୟ ଦଳକୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ, ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର