ସ୍ଲୋଭେନିଆରେ ସ୍ବର୍ଣ୍ଣ ଜିତିଲେ ସମୀର

ମାରିବର : ଭାରତୀୟ ସଟଲର ସମୀର ବର୍ମା ସ୍ଲୋଭେନିଆ ଓପନ୍‌ରେ ପୁରୁଷ ଏକକ ଟ୍ରଫି ଜିତିଛନ୍ତି। ଫାଇନାଲ୍‌ରେ ସେ ୨୧-୧୮, ୨୧-୧୪ରେ ତାଇୱାନ୍‌ର ସୁ ଲି ୟାଙ୍ଗଙ୍କୁ ପରାସ୍ତ କରିଥିଲେ। ‌ତେବେ ମିଶ୍ରିତ ଯୁଗଳ ଫାଇନାଲ୍‌ ଖେଳିଥିବା ଭାରତୀୟ ଯୋଡ଼ି ରୋହନ କପୁର ଓ ଏନ୍‌ ସିକ୍କି ରେଡ୍ଡୀ ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି। ସ୍ବର୍ଣ୍ଣ ମୁକାବିଲାରେ ରୋହନ-ସିକ୍କି ୧୨-୨୧, ୧୩-୨୧ରେ ଡେନ୍‌ମାର୍କର ଜେସପର ଟଫ୍ଟ ଓ କ୍ଲାରା ଗ୍ରାଭେସେନଙ୍କଠୁ ହାରିଯାଇଥିଲେ।

ସମ୍ବନ୍ଧିତ ଖବର