ସତ୍ୟେନ୍ଦ୍ର ଜୈନ ଅସୁସ୍ଥ, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଆପ୍‌ ନେତା ଏବଂ ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୋମବାର ଦିନ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସତ୍ୟେନ୍ଦ୍ର ଜୈନଙ୍କର କ’ଣ ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି।

ଗତ ସପ୍ତାହରେ ସତ୍ୟେନ୍ଦ୍ର ଜୈନ ବିଷାଦରେ ଥିବା କହିଥିଲେ। ଜେଲ୍‌‌ରେ ତାଙ୍କ ଓଜନ ମଧ୍ୟ ୩୫ କିଲୋ କମିଯାଇଛି। ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଗତ ସପ୍ତାହରେ ନୋଟିସ କରିଥି‌ଲେ। ଜୈନଙ୍କୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଓକିଲ ଏଏମ୍‌ ସିଂଘଭି ସୁପ୍ରିମକୋର୍ଟରେ ଜଷ୍ଟିସ ଏଏସ୍‌ ବୋପନ୍ନା ଏବଂ ହିମା କୋହଲିଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଯେ ତାଙ୍କ ମହକିଲଙ୍କର ଜଟିଳ ସ୍ବାସ୍ଥ୍ୟ ସମସ୍ୟା ରହିଛି ଏବଂ ଜେଲ୍‌ରେ ସେ ୩୫ କିଲୋ ହରାଇ ଦେଇ ଏବେ କଙ୍କାଳରେ ପରିଣତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ମେ’ ମାସରେ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିଲେ। ସତ୍ୟେନ୍ଦ୍ର ଜୈନ ଦିଲ୍ଲୀରେ ସ୍ବାସ୍ଥ୍ୟ, ଗୃହ, ଶକ୍ତି ଏବଂ ଜଳ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ଥିଲେ।

ସମ୍ବନ୍ଧିତ ଖବର