ସନ୍ଦୀପଙ୍କ ଶତକ, ସୁନୀଲଙ୍କୁ ୬ ଵିକେଟ୍‌

କଳାହାଣ୍ତି କପ୍‌: କଟକ-ଏର ବଡ଼ ବିଜୟ

କଟକ: କଳାହାଣ୍ତି କପ୍‌ରେ ମଙ୍ଗଳବାର ଓଡ଼ିଶା ୟେଲୋ, ଓଡ଼ିଶା ବ୍ଲ୍ୟୁ, ଓଡ଼ିଶା ପିଙ୍କ୍‌, ଇକୋର୍ସା, କଟକ ଏ’, ଓଡ଼ିଶା ଭାଓଲେଟ ବିଜୟୀ ହୋଇଛନ୍ତି।
ବିଡ଼ାନାସୀ ପଡ଼ିଆରେ ଓଡ଼ିଶା ୟେଲୋ ୫ ଵିକେଟ୍‌ରେ ଖୋର୍ଦ୍ଧାକୁ ପରାସ୍ତ କରିଛି। ଖୋର୍ଦ୍ଧା ର˚ଜିତ ପାଇକରାୟଙ୍କ ୬୨ ରନ୍‌ ସତ୍ତ୍ବେ ସମସ୍ତ ଵିକେଟ ହରାଇ ୧୬୯ ରନ୍‌ କରିଥିଲା। ଅଭିଜିତ ପ୍ରସାଦ ଘଣା ୪, ସନ୍ଦୀପ ପଟ୍ଟନାୟକ ୨ ଵିକେଟ୍‌ ନେଇଥିଲେ। ଜବାବରେ ୟେଲୋ ୩୧.୨ ଓଭରରେ ୫ ଵିକେଟ୍‌ ହରାଇ ମ୍ୟାଚ ଜିତିଥିଲା। ସାରା˚ଶ କୁମାର (୫୦), ଦେବାଶିଷ ସାମନ୍ତରାୟ (୫୦) ଅର୍ଦ୍ଧଶତକ ହାସଲ କରି ଦଳକୁ ଜିତାଇଥିଲେ।

ରେଭେନ୍ସା ୨ ନମ୍ବର ପଡ଼ିଆରେ ଓଡ଼ିଶା ବ୍ଲ୍ୟୁ ୧୨୧ ରନ୍‌ରେ ସୁନ୍ଦରଗଡ଼କୁ ହରାଇଛି। ପ୍ରଥମେ ବ୍ୟାଟି˚ କରିଥିବା ବ୍ଲ୍ୟୁ ପାଇଁ ଏକାକି ସନ୍ଦୀପ ପଟ୍ଟନାୟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲଢିଥିଲେ। ୧୩୫ ବଲ୍‌ରୁ ୧୦ ଚୌକା ଓ ୭ ଛକା ସହାୟତାରେ ୧୩୨* ରନ୍‌ କରିଥିଲେ। ଫଳରେ ଦଳ ୬ ଵିକେଟ୍‌ ବିନିମୟରେ ୨୨୯ ରନ୍‌ କରିଥିଲା। ଆକାଶ ଶେଖ ୩ ଵିକେଟ୍‌ ପାଇଥିଲେ। ଜବାବରେ ସୁନ୍ଦରଗଡ଼ ୧୦୮ ରନ୍‌ରେ ସୀମିତ ରହିଥିଲା। ବିଜୟୀ ଦଳର ବି ଶିବା, ରିତିକ ଚୌଧୁରୀ, କେଜି କ୍ରିଷ୍ଣା, ଶ୍ରେଷ୍ଠ ସି˚ହ, ସୁବାଶିଷ ପାଳ ୨ ଵିକେଟ୍‌ ଲେଖାଏଁ ବାଣ୍ଟି ନେଇଥିଲେ।

ନିମପୁର ପଡ଼ିଆରେ ଓଡ଼ିଶା ପିଙ୍କ୍‌ ୭୭ ରନ୍‌ରେ ରାଉରକେଲାକୁ ହରାଇଛି। ବିଶ୍ବଭୂଷଣ ବିହାରୀ (୬୦), ଶୁଭ୍ରା˚ଶୁ ସେନାପତି (୪୧), ଅ˚ଶୁମାନ ସାହୁ (୪୭), ସୟଦ ଜାକି (୪୪)ଙ୍କ ଉପଯୋଗୀ ପାଳି ସହାୟତାରେ ପ୍ରଥମେ ବ୍ୟାଟି˚ କରିଥିବା ପିଙ୍କ୍‌ ୮ ଵିକେଟ୍‌ ବିନିମୟରେ ୨୪୨ ରନ୍‌ କରିଥିଲା। ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ପାଳିରେ ରାଉରକେଲାକୁ ଜିତିବା ପାଇଁ ୩୭ ଓଭରରେ ୨୧୦ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଦଳ ୪ ଵିକେଟ୍‌ ବିନମୟରେ ୧୩୨ ରନ୍‌ କରିପାରିଥିଲା।
ରେଭେନ୍ସା ୧ ନମ୍ବର ପଡ଼ିଆରେ ଇକୋର୍ସା ୩୮ ରନ୍‌ରେ ଓଡ଼ିଶା ଗ୍ରିନ୍‌କୁ ହରାଇଛି। ଗ୍ରିନ୍‌ ଟସ୍‌ ଜିତି ବୋଲି˚ କରିଥିଲା ବେଳେ ଇକୋର୍ସାକୁ ୨୫୮ ରନ୍‌ରେ ରୋକିପାରିଥିଲା। ଅଭିଷେକ ଯାଦବ ୭୩, କାମେଶ୍ବର ବାରିକ ୩୨ ରନ୍‌ର କରିଥିଲା ବେଳେ ପ୍ରତିପକ୍ଷର ସୁଶୀଲ ବାରିକ ଓ ପ୍ରୟାସ ସି˚ହ ତିନିଟି ଲେଖାଏଁ ଵିକେଟ ନେଇଥିଲେ। ଗ୍ରିନ୍‌ ୯ ଵିକେଟ୍‌ ବିନିମୟରେ ୨୨୦ ରନ୍‌ କରିବାକୁ ସକ୍ଷର୍ଥ ହୋଇଥିଲା। ଗୌରବ ଚୌଧୁରୀ (୬୦) ଅର୍ଧଶତକୀୟ ପାଳି ଖେଳିଥିଲା ବେଳେ ଇକୋର୍ସାର ଅଙ୍କିତ ଯାଦବ ୪, ଜୟନ୍ତ ବେହେରା ୨ ଵିକେଟ୍‌ ଅକ୍ତିଆର କରିଥିଲେ।

ସନସାଇନ ପଡ଼ିଆରେ କଟକ ଏ’ ୧୦୮ ରନ୍‌ରେ ଓଡ଼ିଶା ରେଡ୍‌କୁ ପରାସ୍ତ କରିଛି। କଟକ ବିପ୍ଲବ ସାମନ୍ତରାୟଙ୍କ ୭୫ ରନ୍‌ ସହାୟତାରେ ୪୭ ଓଭର ବେଳକୁ ସମସ୍ତ ଵିକେଟ ହରାଇ ୧୯୧ ରନ୍‌ କରିଥିଲା। ମିଲନ ସାମଲ, ବିମଲ କୁମାର, ମୁସ୍ତାକ ବେଗ, ଧୀରାଜ କୁମାର ସି˚ହ ୨ ଵିକେଟ ଲେଖାଏଁ ନେଇଥିଲେ। ହେଲେ ଓଡ଼ିଶା ରେଡ୍‌ ନିୟମିତ ଭାବେ ଵିକେଟ୍‌ ହରାଇଥିଲା। ମଧ୍ୟକ୍ରମରେ ଦେବେନ୍ଦ୍ର କୁଅଁର ୪୦ ରନ୍‌ର ସ˚ଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ ବି ଦଳକୁ ପରାଜୟରୁ ଉଦ୍ଧାର କରିପାରିନଥିଲେ। ବିଜୟୀ ଦଳର ସୁନୀଲ କୁମାର ରାଉଳ ୧୫ ରନ୍‌ ବ୍ୟୟ କରି ୬ ଵିକେଟ ଅକ୍ତିଆର କରିଥିଲେ।

ଏସ୍‌ସିବି ମେଡିକାଲ ପଡ଼ିଆରେ ଓଡ଼ିଶା ଭାଓଲେଟ ୪ ଵିକେଟ୍‌ରେ ଝାରସୁଗୁଡ଼ାକୁ ହରାଇଛି। ପ୍ରଥମେ ବ୍ୟାଟି˚ କରିଥିବା ଝାରସୁଗୁଡ଼ା ୭ ଵିକେଟ୍‌ ବିନିମୟରେ ୨୩୭ ରନ୍‌ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋଶନ ପ୍ରସାଦ ୯୪ ରନ୍‌ର ପାଳି ଖେଳିଥିଲା ବେଳେ ଭାଓଲେଟର ପପୁ ରାଏ ୨, ଓମ୍‌ ମୁଣ୍ତେ ୨ ଵିକେଟ ନେଇଥିଲେ। ଜବାବରେ ଭାଓଲେଟ ପାଇଁ ଅନୁରାଗ କାନୋଜିଆ ୭୩, ଶାନ୍ତନୁ ମିଶ୍ର ୪୬ ଓ ସର୍ବେଶ୍ବର ମହାନ୍ତିଙ୍କ ଦ୍ରୁତ ୩୧ ରନ୍‌ର ପାଳି ଖେଳି ଦଳକୁ ଗୋଟିଏ ବଲ୍‌ ପୂର୍ବରୁ ଜିତାଇଥିଲେ।

ସମ୍ବନ୍ଧିତ ଖବର