ଟି-୨୦ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କଲା ଉଗାଣ୍ଡା, ଜିମ୍ବାଓ୍ବେ ବିଫଳ

ଓ୍ବିଣ୍ଡୋକ: ଉଗାଣ୍ଡା କ୍ରିକେଟ ଦଳ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଛି। ଉଗାଣ୍ଡା କ୍ରିକେଟ୍ ଟି-୨୦ ବିଶ୍ବକପ୍ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏହା ସହ ଯୋକୌଣସି ଟି-୨୦ ବିଶ୍ବକପ ଖେଳିବାରେ ପଞ୍ଚମ ଆଫ୍ରିକୀୟ ଦେଶରେ ପରିଣତ ହୋଇଛି ଏହି ଦେଶ। ଗୁରୁବାର ନାମିବ୍ୟାର ଓ୍ବିଣ୍ଡୋକଠାରେ ଖେଳାଯାଇଥିବା କ୍ବାଲିଫାୟର ମ୍ୟାଚରେ ଉଗାଣ୍ଡା ଦଳ ରଓ୍ବାଣ୍ଡାକୁ ୯ ଓ୍ବିକେଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛି । ୨୦୨୪ ଟି-୨୦ ବିଶ୍ବକପ ପାଇଁ ନାମିବ୍ୟା ମଧ୍ୟ ଯୋଗ୍ୟତା ଅର୍ଜନ କରିଛି ।

ଅନ୍ୟପକ୍ଷରେ ଜିମ୍ବାୱେ ଦଳ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ । ଏହି ଦଳ ନାମିବିଆ ଓ ଉଗାଣ୍ଡାଠାରୁ ପରାସ୍ତ ହେବା ପରେ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରୁ ବଞ୍ଚିତ ହୋଇଛି। ଜିମ୍ବାୱେ ଗତ ଟି-୨୦ ବିଶ୍ୱକପ୍ ରେ ଦଳର ଅଂଶ ଥିଲା। ନିକଟରେ ଭାରତରେ ହୋଇଥିବା ଦିନିକିଆ ବିଶ୍ବକପ ପାଇଁ ବି ଜିମ୍ବାଓ୍ବେ ଯୋଗ୍ୟତା ଅର୍ଜନ କରିପାରିନଥିଲା ।

ଟି-୨୦ ବିଶ୍ବକପରେ ଖେଳିବାକୁ ଥିବା ଦଳ

ୱେଷ୍ଟଇଣ୍ଡିଜ୍, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ, ପାପୁଆ ନ୍ୟୁଗିନି, କାନାଡା, ନେପାଳ, ଓମାନ, ନାମିବିଆ, ଉଗାଣ୍ଡା ।

ସମ୍ବନ୍ଧିତ ଖବର