୧୮ ବର୍ଷରୁ କମ୍ ସାଫ୍ ମହିଳା ଫୁଟବଲ୍: ନେପାଳକୁ ୭-୦ରେ ହରାଇଲା ଭାରତ

ଜାମସେଦପୁର: ଏଠାରେ ଆରମ୍ଭ ହୋଇଥିବା ୧୮ ବର୍ଷରୁ କମ୍ ସାଫ୍ ମହିଳା ଫୁଟବଲ୍ ପ୍ରତିଯୋଗିତାରେ ଆୟୋଜକ ଭାରତ ବଡ଼ ବିଜୟରୁ ତାର ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ନିଜ ପ୍ରଥମ ମୁକାବିଲାରେ ଭାରତୀୟ କନିଷ୍ଠ ମହିଳା ଫୁଟବଲ୍ ଦଳ ଏକତରଫା ଭାବେ ନେପାଳକୁ ୭-୦ ଗୋଲ୍‌ରେ ପରାସ୍ତ କରିଥିଲା।

ଭାରତ ତାର ପରବର୍ତ୍ତୀ ମ୍ୟାଚ୍‌ରେ ଆସନ୍ତା ୧୯ ତାରିଖ ଦିନ ବାଂଲାଦେଶକୁ ଭେଟିବ। ଭାରତୀୟ ଦଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାଧା‌ନ୍ୟ ବିସ୍ତାର କରିଥିବା ଆଜିର ମ୍ୟାଚ୍‌ରେ ପଞ୍ଚଦଶ ମିନିଟ୍‌ରେ ପ୍ରିୟଙ୍କା ସୁଜେଶ ପ୍ରଥମ ଗୋଲ୍ କରିଥିଲେ। ଏହା ପରେ ଲିଣ୍ଡା କମ୍ ଦୁଇଟି ଏବଂ ଅପର୍ଣ୍ଣା, ପୂର୍ଣ୍ଣିମା, ସୁନିତା ମୁଣ୍ଡା ଓ ନିତୁ ଲିଣ୍ଡା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।

ସମ୍ବନ୍ଧିତ ଖବର