ବୋପାନ୍ନାଙ୍କ ବିଜୟ ଅଭିଯାନ

ନ୍ୟୁୟର୍କ: ଦୁଇ ଭାରତୀୟ ତାରକା ଲିଆଣ୍ଡର ପେସ୍‌ ଏବଂ ଦିବିଜ୍‌ ଶରନ୍‌ ଚଳିତ ୟୁଏସ୍‌ ଓପନ୍‌ ପୁରୁଷ ଯୁଗଳ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଯାଇଥିଲା ବେଳେ ରୋହନ ବୋପାନ୍ନା କିନ୍ତୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଶୁକ୍ରବାର ରାତିରେ କାଡାଡ଼ାର ସାପାଭାଲୋଭ୍‌ଙ୍କୁ ସାଥୀ କରି ଖେଳିଥିବା ଅଭିଜ୍ଞ ବୋପାନ୍ନା ପ୍ରଥମ ରାଉଣ୍ଡରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଫ୍ରାନ୍‌ସ ଯୋଡ଼ି ପିଏରେ ହ୍ୟୁଗ୍‌ସ ହର୍ବର୍ଟ ଓ ନିକୋଲାସ୍‌ ମାହୁତଙ୍କୁ ସିଧାସଳଖ ୬-୩ ଓ ୬-୧ ସେଟ୍‌ରେ ପରାସ୍ତ କରିଦେଇଥିଲେ। ୫୫ ମିନିଟ୍‌ ସମୟ ନେଇ ଏହି ବିଜୟ ପାଇଥିବା ବୋପାନ୍ନା ଏଥି ସହିତ ଦ୍ବିତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ଏହା ପୂର୍ବରୁ ଅଭିଜ୍ଞ ପେସ୍‌ ଏବଂ ଶରନ୍‌ ନିଜ ନିଜର ସାଥୀଙ୍କ ସହ ସିଧାସଳଖ ସେଟ୍‌ ପରାଜୟ ସହ ପ୍ରାରମ୍ଭିକ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର