ଦୁର୍ଘଟଣାରେ ଶଗଡ଼ିଆର ମୃତ୍ୟୁକୁ ନେଇ ଉତ୍ତେଜନା

ରିଆମାଳ : ରିଆମାଳ ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୫୩ ଛତାବର ନିକଟରେ ଅଜଣା ଟ୍ରକ୍‌ ଦୁର୍ଘଟଣାରେ ଜଣେ ଶଗଡ଼ିଆର ମୃତ୍ୟୁ ଘଟିଛି। ଏଥିସହିତ ଦୁଇଟି ବଳଦ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ଦୁର୍ଘଟଣା ପରେ ଉତ୍ତ୍ୟେକ୍ତ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାରେ ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଛି।

ସମ୍ବନ୍ଧିତ ଖବର