ଫାଇନାନ୍ସ କର୍ମଚାରୀଙ୍କ ପାଖରୁ ୧ଲକ୍ଷ ୮୯ ହଜାର ଟଙ୍କା ଲୁଟିନେଲେ ଦୃବୁର୍ତ୍ତ

ବାଣପୁର: ଖୋର୍ଦ୍ଧା ଜିଲା ବାଣପୁରରେ ଆଜି ବଡ ଧରଣର ଲୁଟ ହୋଇଛି | ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କ ପାଖରୁ ୧ ଲକ୍ଷ ୮୯ ହଜାର ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି | ମିଳିଥିବା ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ କୁମୁରାଙ୍ଗ ବଡଶଙ୍ଖଠାରେ ଏକ ଫାଇନାନ୍ସ କମ୍ପାନୀର ଦୁଇ ଜଣ କର୍ମଚାରୀ ୧ ଲକ୍ଷ ୮୯ ହଜାର ଟଙ୍କା ଧରି ଯାଉଥିଲେ |

ଏହି ସମୟରେ ଦୁଇଜଣ ଦୃବୁର୍ତ୍ତ ପଲସରରେ ଆସି ବନ୍ଧୁକ ଦେଖାଇ ଧମକଚମକ ଦେଇଥିଲେ | ଦୃବୁର୍ତ୍ତମାନେ ମହିଳାଙ୍କ ପାଖରୁ ଟଙ୍କା ଛଡାଇ ଫେରାର ହୋଇଯାଇଥିଲେ | ପରେ ଏହି ଘଟଣାକୁ ନେଇ ମହିଳା ସଦସ୍ୟା ବାଣପୁର ଥାନାରେ ଅଭିଯୋଗ କରିଛନ୍ତି | ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ବାଣପୁର ସହ ସଂଯୋଗ ରାସ୍ତାକୁ ସିଲ କରି ଯାଞ୍ଚ ଆରମ୍ଭ କରିଛି |

ସକାଳ ୧୦ଟା ୪୦ରେ ଏହି ଲୁଟ ହୋଇଥିବାବେଳେ ପୁଲିସ ଏବେ ଅନୁସନ୍ଧାନ ଆରମ୍ଭ କରିଛି | ତେବେ ଏତେ ପରିମାଣର ଟଙ୍କା ମହିଳାମାନେ କିଭଳି ବିନା ସୁରକ୍ଷାରେ ନେଉଥିଲେ ତାହା ଏବେ ଚର୍ଚ୍ଚା ସୃଷ୍ଟି କରିଛି |

ସମ୍ବନ୍ଧିତ ଖବର