ବେଆଇନ୍‌ ଗଂଜେଇ କାରବାରରେ ବ୍ୟବହାର ହେଉଥିଲା ଚୋରା ବାଇକ୍‌: ସମ୍ବଲପୁର ଏସ୍‌ପି

ସମ୍ବଲପୁର: ସମ୍ବଲପୁର ପୁଲିସକୁ ମିଳିଛି ବଡ଼ଧରଣର ସଫଳତା। ଜ଼ିଲ୍ଲାର ୩ଟି ଥାନା ଅଞ୍ଚଳରୁ ଚୋରି ହୋଇଥିବା ୨୦ଟି ବାଇକ ଜବତ ହୋଇଛି। ଏଥିସହ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରୁ ଚୋରି ହୋଇଥିବା ଏକ ବୋଲେରୋ ମଧ୍ୟ ଜବତ କରିଛି ସମ୍ବଲପୁର ପୁଲିସ। ଏହି ଚୋରି ମାମଲାରେ ୧୫ ଜଣକୁ ଗିରଫ କରିଛି ଟାଉନ ଥାନା, ଧନୁପାଲି ଥାନା ଓ ରେଙ୍ଗାଲି ଥାନାର ପୁଲିସ। ଏହି ଚୋରି କାରବାରରେ ୩ ଜଣ ନାବାଳକ ମଧ୍ୟ ସାମିଲ ଅଛନ୍ତି। ଚୋରି ଗାଡ଼ିମାନଙ୍କର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ଏସ୍‌ପି ବି ଗଙ୍ଗାଧର ସୂଚନା ଦେଇଛନ୍ତି।

ଗିରଫମାନଙ୍କ ମଧ୍ୟରେ କିଛି ଚୋରି ବାଇକ କିଣିଥିବା ବ୍ୟକ୍ତି ମଧ୍ୟ ରହିଛନ୍ତି। ସମ୍ବଲପୁରରୁ ବାଇକ ଚୋରି କରି ଚୋରା ଗଞ୍ଜେଇ କାରବାରରେ ଏହି ଗାଡିଗୁଡିକୁ ବ୍ୟବହାର କରାଯାଉଥିଲା। ମୁଖ୍ୟତଃ ବୌଦ୍ଧ ଏବଂ ସୋନପୁର ଅଂଚଳରେ ଏହି ଚୋରା ବାଇକଗୁଡିକ ବ୍ୟବହାର କରାଯାଉଥିଲା। ସମ୍ବଲପୁର ସହର ସମେତ ରେଙ୍ଗାଲି ଓ ଧନୁପାଲି ଥାନା ଅଞ୍ଚଳରୁ ଏହି ବାଇକଗୁଡିକ ଚୋରି ହେଇଥିଲା। ଏହି ଚୋରି ଗ୍ୟାଙ୍ଗ୍‌କୁ ଧରିବା ପାଇଁ ସମ୍ବଲପୁର ଏସପି ଏକ ଟିମ ଗଠନ କରିଥିଲେ । ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏହି ବାଇକଗୁଡିକ ଜବତ କରିଛି ବୋଲି ସମ୍ବଲପୁର ଏସ୍‌ପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର