୪୧ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି

ଭୁବନେଶ୍ବର : ରାଜ୍ୟରେ କାଳିଆ ଯୋଜନା ପ୍ରଚଳନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ୪୧ ଲକ୍ଷ ୮ ହଜାର ୯୫୨ ଜଣ କ୍ଷୁଦ୍ର, ନାମମାତ୍ର ଏବଂ ୧୮ ଲକ୍ଷ ୬୯ ହଜାର ୫୨୯ ଭୂମିହୀନ କୃଷି ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟର ୮୨.୩୯ ପ୍ରତିଶତ ଚାଷୀଙ୍କୁ କୃଷି ଋଣ ଦିଆଯାଇଛି। କାଳିଆ ଏବଂ କୃଷି ଋଣ ବାବଦରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଣତାରକା ପ୍ରଶ୍ନର ଏହି ଉତ୍ତର ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ଏଥିରେ ସୂଚନା ଦିଆଯାଇଛି, କାଳିଆ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୧୯ ଖରିଫ, ୨୦୧୯ ପାଇଁ ପ୍ରତ୍ୟେକ କିସ୍ତିରେ ୫ ହଜାର ଟଙ୍କା ଲେଖାଏ, ୨୦୨୦ ବର୍ଷ ଠାରୁ ପ୍ରତ୍ୟେକ କିସ୍ତିରେ ୨ ହଜାର ଟଙ୍କା ଲେଖାଏ ବର୍ଷକୁ ଦୁଇଟି କିସ୍ତିରେ ସମୁଦାୟ ୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଭୂମିହୀନ କୃଷି ପରିବାରଙ୍କୁ ସମୁଦାୟ ତିନୋଟି କିସ୍ତିରେ ସମୁଦାୟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର