ଆଣ୍ଟି ଲ୍ୟାଣ୍ଡମାଇନ୍‌ ଗାଡ଼ି ବିସ୍ଫୋରଣ ଘଟଣା : ୭ ମାଓବାଦୀ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଗତ ୧୩ ତାରିଖରେ କିଷ୍ଟରାମ ନିକଟରେ ସିଆର୍‌ପିଏଫ୍‌ର ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ିକୁ ବିସ୍ଫୋରଣ କରି ଉଡ଼ାଇବା ଘଟଣାରେ ସଂପୃକ୍ତ ଥିବା ୭ଜଣ ନକ୍ସଲଙ୍କୁ ଗିରଫ କରିଛି। ସେମାନେ ହେଲେ କୋମରାମ ସାଦେ, ମାଡକମ ଜଗା, ବଂଜାମ ସିଙ୍ଗା, ମାଡବି ସୁକ୍କା, ମଡକମ ହିଡମା, ମଡକମ ଗଂଗା, ବଂଜାମ ଆୟତା। ସମସ୍ତଙ୍କୁ ପଚରା ଉଚୁରା ପରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇ ୨୧୨ସିଆରପିଏଫ ବାଟାଲିୟନର ଆଣ୍ଟି ଲ୍ୟାଣ୍ଡ ମାଇନ ଗାଡି ଉଡି ଯାଇଥିଲା। ଯାହାଫଳରେ ୯ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଥିବା ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ିକୁ ପୋଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର