ଅନୁଗୁଳରୁ ୫୦୦ରୁ ଉର୍ଦ୍ଧ୍ବ ରାମଭକ୍ତଙ୍କୁ ନେଇ ଅଯୋଧ୍ୟା ଗଡ଼ିଲା ସ୍ୱତନ୍ତ୍ର ଆସ୍ଥା ଟ୍ରେନ

ବିଜେପି ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କଲେ

ଅନୁଗୁଳ: ଦୀର୍ଘ ୫୦୦ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଗତ ଜାନୁଆରୀ ୨୨ରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହୋଇଯାଇଛି। ସମଗ୍ର ବିଶ୍ୱରେ ମନ୍ଦିର ପ୍ରତିଷ୍ଠାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅଯୋଧ୍ୟାରେ ଭଗବାନ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ସାଧାରଣ ଲୋକଙ୍କ ପାଖରେ ଉତ୍ସୁକତା ଦେଖା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଅନୁଗୁଳ ଜିଲ୍ଲାର ସୁପୁତ୍ର  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଅନୁଗୁଳରୁ ଅଯୋଧ୍ୟାକୁ ଏକ ସ୍ୱତନ୍ତ୍ର ଆସ୍ଥା ସ୍ପେସିଆଲ ଟ୍ରେନ ଶୁକ୍ରବାର ଭୋର ୪ଟାରୁ ଅନୁଗୁଳ ଜିଲ୍ଲାରୁ ୫୦୦ରୁ ଉର୍ଦ୍ଧ୍ବ ଏବଂ ସମୁଦାୟ ୧୪୭୨ ଜଣ ରାମଭକ୍ତଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି।

ଏ ପରିପ୍ରେକ୍ଷୀରେ ଅନୁଗୁଳ ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର ଯୋଗଦେଇ ୧୯୯୨ ମସିହାରେ ଟ୍ରେନରେ ଯାଇଥିବା କାର ସେବକଙ୍କୁ ଲାଠି ମାଡ଼ ଓ ଅତ୍ୟାଚାର କରାଯାଇଥିବା ବେଳେ ଏବେ ମୋଦୀ ଶାସନରେ ଅଯୋଧ୍ୟା ଯାଉଥିବା ରାମଭକ୍ତଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରି ସ୍ୱତନ୍ତ୍ର ଭାବେ ନିଆଯାଇଛି।

ଆଜି ଅନୁଗୁଳରୁ ଆସ୍ଥା ସ୍ପେସିଆଲ ଟ୍ରେନର ଅଯୋଧ୍ୟା ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର ଉକ୍ତ ଟ୍ରେନକୁ ଲାଇଟ ଦେଖାଇ ଶୁଭାରମ୍ଭ କରିଥିଲେ। ଶତାଧିକ ରାମଭକ୍ତମାନଙ୍କ ଜୟ ଶ୍ରୀରାମ ଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ଏନ ଏସ ଆଇ ସି ଡାଇରେକ୍ଟର କାଳିନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ପ୍ରତିମା ମିଶ୍ର ,ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର