ସାପ୍ତାହିକ ବଜାରକୁ ଆସୁଥିବା ବେଳେ ଢୁଲୁ ଘାଟିରେ ଓଲଟିଲା ପିକଅପ୍, ଚାଲିଗଲା ଦୁଇ ଜୀବନ, ୧୧ ଗୁରୁତର

କୋକସରା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଘାଟିର ଖାଇରେ ପଡ଼ି ଦୁର୍ଘଟଣା ଘଟିଛି। ଢୁଲୁ ଘାଟିରେ ପିକଅପ୍ ଓଲଟିବା ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏହି ଦୁର୍ଘଟଣାରେ ୧୧ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କ ମଧ୍ୟରେ ଅନେକ ମହିଳା ରହିଥିବା ଜଣାପଡ଼ିଛି।

ପିକଅପ ଭ୍ୟାନଟି ନବରଙ୍ଗପୁର ଜିଲ୍ଲାରୁ ଧନସୁଲି ସାପ୍ତାହିକ ବଜାରକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର