ଅଙ୍ଗନବାଡ଼ି ଯୋଦ୍ଧାଙ୍କ ପ୍ରାଣହାନୀ ଘଟିଲେ ମିଳିବ ୫୦ ଲକ୍ଷ କ୍ଷତିପୂରଣ

ଭୁବନେଶ୍ବର : ଗତବର୍ଷ ପରି କୋଭିଡ ମହାମାରୀର ଦ୍ବିତୀୟ ଲହରୀ ପାଇଁ ନିୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରାଣହାନୀ ଘଟିଲେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସ୍ତରୀୟ ଡିଏସ୍‌ଡବ୍ଲୁଓଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଥିବା ବୀମାରେ ଅନ୍ତର୍ଭୁକ୍ତ ହୋଇ ନଥିବେ। ଏହି କ୍ଷତିପୂରଣ ପ୍ରତ୍ୟେକ ଅଙ୍ଗନବାଡ଼ି ସୁପରଭାଇଜର ଓ ଅଙ୍ଗନବାଡ଼ି ସହାୟକଙ୍କ ପାଇଁ ଲାଗୁ ହେବ। ଅଙ୍ଗନବାଡି କର୍ମୀଙ୍କୁ ମାସ୍କ୍‌, ସାନିଟାଇଜର, ଫେସ୍‌ ସିଲ୍‌ଡ୍‌, ଗ୍ଲୋବ୍‌ସ ଆଦି ଯୋଗାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ପ୍ରକାଶଥାଉକି ଚଳିତ ମାସ ୨୪ ତାରିଖରୁ ଆସନ୍ତା ଅଗଷ୍ଟ ମାସ ୨୩ ତାରିଖ ପର୍ଯ୍ୟନ୍ତ ପ୍ରତି ଜିଲ୍ଲାରେ ଘରକୁ ଘର ବୁଲି କରୋନା ଯାଞ୍ଚ ଅଭିଯାନରେ ଅଙ୍ଗନବାଡ଼ି କର୍ମୀମାନେ ସାମିଲ ହୋଇଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର