ଆଶାକର୍ମୀଙ୍କ ରାଜଭବନ ସମ୍ମୁଖରେ ଧାରଣା

ଭୁବନେଶ୍ବର : ୭ଦଫା ଦାବି ନେଇ ଆଜି ଆଶାକର୍ମୀ ସଂଘ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତୀୟ ମଜଦୁର ସ˚ଘ ସହଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଶକର୍ମୀମାନେ ରାଜଭବନ ସମ୍ମୁଖରେ ଧାରଣାରେ ବସିରହିଥିଲେ।

ସଂଘର ଦାବିଗୁଡ଼ିକ ମଧ୍ୟରେ ଆଶା ସାଥୀମାନଙ୍କୁ ପ୍ରୋତ୍ସାହନ ରାଶି ବଦଳରେ ନିର୍ଦ୍ଦିଷ୍ଟ ଦରମା ବ୍ୟବସ୍ଥା ଲାଗୁକରିବା, ସେବା ନିବୃତ୍ତି ନିମନ୍ତେ ନିୟମାବଳୀ ପ୍ରସ୍ତୁତ କରିବା, ସାମାଜିକ ସୁରକ୍ଷା ଯୋଗାଇଦେବା, ପଦୋନ୍ନତିର ବ୍ୟବସ୍ଥା କରିବା, ଆଶାସାଥୀମାନଙ୍କୁ ସର୍ବନିମ୍ନ ମାସିକ ୧୮ ହଜାର ଟଙ୍କା ବେତନ ଯୋଗାଇଦେବା, କେନ୍ଦ୍ର ସରକାର ଘୋଷଣା କରିଥିବା ଆଶାସାଥୀମାନଙ୍କ ନୂତନ ପ୍ୟାକେଜ୍‌ ତୁରନ୍ତ କାର୍ଯ୍ୟକାରୀ କରିବା ଆଦି ଦାବି ନେଇ ଆଶାସାଥୀମାନେ ଧାରଣାରେ ବସି ରହିଥିଲେ। ଏହାପରେ ସଂଘର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ସରାକର ୧୫ ଦିନ ମଧ୍ୟରେ ଦାବି ପୂରଣ ନେଇ କାର୍ଯ୍ୟାନୁଷ୍ଠାନ ନନେଲେ ଆସନ୍ତା ୨୦ ତାରିଖରେ ଆଶାସାଥୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାନେତ୍ରୀ କମଳା ବେହେରା, ସାଧାରଣ ସମ୍ପାଦିକା ପ୍ରତିମା ସାମଲ, ସୁମତି ଆଚାର୍ଯ୍ୟ, କଳ୍ପନା ଦାସ, କନିକା ମଲ୍ଲିକ, ଅନୁପମା, ଭାରତୀୟ ମଜଦୁର ସ˚ଘ ସାନ୍ତନୁ କୁମାର ମହାପାତ୍ର, ରାଜ୍ୟ ଅସ˚ଗଠିତ କ୍ଷେତ୍ର ପ୍ରମୁଖ ବସନ୍ତୁ କୁମାର ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର