ମାଗଣା ଜିନିଷ ନଦେବାରୁ ମାଡ଼

ସମ୍ବଲପୁର : ମାଗଣାରେ ତେଜରାତି ସାମଗ୍ରୀ ମାଗିଲେ, ଦେବାକୁ ମନା କରିବାରୁ ଗାଳିଗୁଲଜ କରିବା ସହ ମାରପିଟ୍‌ କଲେ। ଟାଉନ୍‌ ଥାନା ଅଧୀନ ଗୋଲବଜାର ନିକଟରେ ମନୋଜ ସିଂଙ୍କ ଦୋକାନରେ ଏଭଳି ଘଟଣା ଗୁରୁବାର ଘଟିଛି।

ଦୁର୍ବୃତ୍ତ ଜଣକ ମନୋଜଙ୍କୁ ଜିନିଷ ମାଗିଥିଲେ। ଟଙ୍କା ଦେବାକୁ କହିବାରୁ ସେ ମନା କରିଥିଲେ। ଜିନିଷ ଦେବାକୁ ମନୋଜ ମନା କରିବାରୁ ଦୁର୍ବୃତ୍ତ ଜଣକ ଗାଳିଗୁଲଜ କରିବା ସହ ଦୋକାନରେ ଛିଡ଼ା ହୋଇଥିବା ଜଣେ ଗ୍ରାହକଙ୍କୁ ମାଡ଼ ମାରି ଫେରାର୍‌ ହୋଇଯାଇଥିଲେ। ଏ ନେଇ ମନୋଜ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର