ପାଚେରୀ ଡେଇଁ ଭିତରକୁ ପଶିଲା ଭାଲୁ, ଜୀବନ ପ୍ରତି ବିପଦ ଆଶଙ୍କା

ଇନ୍ଦ୍ରାବତୀ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ଗ୍ରାମ ପଞ୍ଚାୟତର ଚରାମୂଳା ଗ୍ରାମରେ ଭାଲୁ ଆତଙ୍କ ଦେଖାଯାଇଛି। ଗତ କିଛି ଦିନ ହେବ ଚରାମୂଳା ଗ୍ରାମରେ ଥିବା ୩୦୦ଏକର ବିଶିଷ୍ଟ ସୋଲାର ପ୍ଲାଣ୍ଟରେ ତିନି ଚାରୋଟି ଭାଲୁ ଉପଦ୍ରବ କରୁଥିବା ଦେଖିବାକୁ ମିଳୁଛି। ସୋଲାର ପ୍ଲାଣ୍ଟର ପ୍ରାଚେରି ଭାଙ୍ଗି ପ୍ଲାଣ୍ଟ ଭିତରେ ପସିବା ସହ ପ୍ଲାଣ୍ଟ ର ପ୍ଲେଟ ଭିତରେ ବସା ବାନ୍ଧି ଥିବା ଜଣାପଡିଛି। ଯାହା ଫଳରେ ଭାଲୁମାନଙ୍କ ଜୀବନ ପ୍ରତି ବିପଦ ରହିଛି କାରଣ ସୋଲାର ପ୍ଲାଣ୍ଟରେ ସୌର ବିଦ୍ୟୁତ୍ ଉତ୍ପାଦନ ହୋଇ ଥିବାରୁ ସେଠାରେ ଦିନରାତି ବିଦ୍ୟୁତ୍ ସଞ୍ଚାରିତ ହେଉଛି। ତେଣୁ ଭାଲୁ ପ୍ରତି ବିପଦ ରହିଛି ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି।

ଏ ନେଇ ସୋଲାର ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ବନବିଭାଗକୁ ଲିଖିତ ଆକାରରେ ଜଣାଇ ବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ଚରାମୂଳା ଗ୍ରାମରୁ ସୋଲାର ପ୍ଲାଣ୍ଟ ମାତ୍ର ଶହେ ମିଟର ଦୂର ରହିଥିବାରୁ ଗ୍ରାମବାସୀ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ବନବିଭାଗ ଦୃଷ୍ଟି ଦେଲେ ଗ୍ରାମବାସୀ ଓ ଭାଲୁମାନଙ୍କ ଜୀବନ ରକ୍ଷା ହୋଇ ପାରିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର