ଚିଲିକାରେ ଏ ବର୍ଷ ଦେଢ଼ ଲକ୍ଷ ଅଧିକ ପକ୍ଷୀ

ବାଲୁଗାଁ : ସମଗ୍ର ଚିଲିକାରେ ଚଳିତ ବର୍ଷ ୧୮୧ପ୍ରଜାତିର ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀଙ୍କ ସମାଗମ ହୋଇଥିବା ଶୁକ୍ରବାର ବିଭାଗୀୟ ପକ୍ଷୀ ଗଣନା ରିପୋର୍ଟରୁ ଜଣାଯାଇଛି। ଗତବର୍ଷ ଏହି ସଂଖ୍ୟା ୮ଲକ୍ଷ ୯୩ ହଜାର ୩୯୦ ଥିବା ବେଳେ ଚଳିତ ବର୍ଷ ୧ଲକ୍ଷ ୫୪ହଜାର ୫୭୮ ବୃଦ୍ଧି ପାଇଛି। ସେହିପରି ଦଶ ବର୍ଷ ଭିତରେ ଚଳିତ ବର୍ଷ ସର୍ବାଧିକ ପକ୍ଷୀ ଆସିଥିବା ଜଣାଯାଇଛି। ଅପରପକ୍ଷେ, ପକ୍ଷୀ ଅଭୟାରଣ୍ୟ ନଳବଣରେ ଗତବର୍ଷ ୩, ୨୦, ୮୨୬ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତ ବର୍ଷଏହି ସଂଖ୍ୟା ୭୦ ହଜାରରୁ ଅଧିକ ବୃଦ୍ଧି ପାଇ ୩,୯୩,୫୩ ୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର