ନିଷ୍ପତ୍ତିର ପୁନର୍ବିଚାର କଲେ ନବୀନ, ସଂସଦୀୟ ସ୍ଥାୟୀ କମିଟିରେ ବିଜେଡ଼ି ସାଂସଦଙ୍କ ସଦସ୍ୟତା ଜାରି ରହିବ

ଭୁବନେଶ୍ୱର : ବିଭିନ୍ନ ସଂସଦୀୟ ସ୍ଥାୟୀ ଓ ଅନ୍ୟାନ୍ୟ କମିଟିରୁ ଇସ୍ତଫା ଦେବାକୁ  ଦୁଇଦିନ ତଳେ ନିଜର ସାଂସଦମାନଙ୍କୁ କହିଥିବା ନବୀନ ନିଜ ନିଷ୍ପତ୍ତିର ପୁନର୍ବିଚାର କରିଛନ୍ତି । ପୂର୍ବରୁ ଯିଏ ଯେଉଁ ସ୍ଥାୟୀ କମିଟିରେ ଥିଲା ସେମାନେ ନିଜ ନିଜର ସ୍ଥାନ ବଜାୟ ରଖିବେ ।

ଏ ନେଇ ଆଜି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ସବୁ ସଂସଦୀୟ କମିଟିରୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ସବୁ ଦଳୀୟ ସାଂସଦଙ୍କୁ କହିଥିଲେ । କିନ୍ତୁ ଆଜି ସେ ନିଜର ନିଷ୍ପତ୍ତିର ପୁନର୍ବିଚାର କରି ଯଥାସ୍ଥିତି ବଜାୟ ରଖିବାକୁ କହିଛନ୍ତି ।

ଦୁଇଦିନ ତଳେ ନବୀନ ନେଇଥିବା ଏହି ନିଷ୍ପତ୍ତିକୁ ନେଇ ରାଜ୍ୟରେ ଅନେକ କଳ୍ପନା ଜଳ୍ପନା ଚାଲିଥିଲା ।  କେତେକ ଏହାକୁ ରାଜ୍ୟସଭା ନିର୍ବାଚନ ସହ ଯୋଡିକରି ଦେଖୁଥିବାବେଳେ ଆଉ କେତେକ ନିଳମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସ୍ଥାୟୀ କମିଟିରୁ ଦୂରେଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କହୁଥିଲେ । କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ  ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାପରେ ଏସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି ।

ସମ୍ବନ୍ଧିତ ଖବର