ବିଜେପି ମଧ୍ୟପ୍ରଦେଶ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀଙ୍କ ବଲାଙ୍ଗୀର ଗସ୍ତ

ବଲାଙ୍ଗୀର: ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ପ୍ରବାସ ଅଭିଯାନ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରୀୟ ନେତୃତ୍ୱ ମଧ୍ୟପ୍ରଦେଶର ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ମାୟା ନୋରାଲିୟା ଦୁଇଦିନିଆ ବଲାଙ୍ଗୀର ଗସ୍ତରେ ଆସିଥିଲେ। ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟା ସବିତା ନନ୍ଦ ପ୍ରଭାରୀ ଭାବେ ମଧ୍ୟ ଆସିଥିଲେ। ପ୍ରଥମ ଦିନ ସକାଳୁ ବଲାଙ୍ଗୀର ସହରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ ଆଠଗାଁଠାରେ ଥିବା ସ୍ୱାଧୀନତା ସଂଗ୍ରାମୀ ବୀର ଧରମ ସିଂହ ମାଝୀ ମାନ୍ଧାତାଙ୍କଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଲୋକଙ୍କୁ ସାକ୍ଷାତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ। ବଲାଙ୍ଗୀର ତେଲିଗୋଠପଡ଼ାଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ସହିତ ଏକ ବୈଠକରେ ଜେମ ପୋର୍ଟାଲ ବିଷୟରେ ବୁଝାଇଥିଲେ। ଦ୍ୱିତୀୟ ଦିନରେ ଲୋଇସିଂହା ଓ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କାର୍ଯ୍ୟକର୍ତ୍ତା ବୈଠକ ତଥା ମହିଳାମୋର୍ଚ୍ଚା ପଦାଧିକାରୀ ବୈଠକରେ ଉଦ୍‌ବୋଧନ ଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦିକା ସଞ୍ଜୁ ନାଏକ, ସଂଘମିତ୍ରା ନାୟକ, ସୌଦାମିନୀ ମିଶ୍ର, ବନଶ୍ରୀ ଆଚାର୍ଯ୍ୟ, ସରିତା ଯୋଷୀ, ବାସନ୍ତୀ ଜେନା, ଗାୟତ୍ରୀ ଦାସ, କଳ୍ପନା ସାହୁ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର