ଟ୍ରେନ୍‌ ଧକ୍କାରେ ବସ୍‌ ଚାଳକଙ୍କ ମୃତ୍ୟୁ

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଦଳା-ନହକା ବାଇବାସ ଓଭରବ୍ରିଜ୍‌ ନିକଟରୁ ସୋମବାର ଜଣେ ବସ୍‌ ଚାଳକଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର କରାଯାଇଛି। ମୃତ ବସ୍‌ ଚାଳକ ପାଣିକୋଇଲି ଥାନା ଅନ୍ତର୍ଗତ ଶଙ୍ଖଚିଲା ଗ୍ରାମର ହୃଷୀକେଶ ନାଥ(୫୫)। ଆଜି ଅପରାହ୍ଣ ସାଢ଼େ ୫ଟା ସମୟରେ ଅହମଦନଗର ନିକଟସ୍ଥ ରେଳଧାରଣାରେ ଚେନ୍ନାଇ ମେଲ୍‌ ଧକ୍କାରେ ଶ୍ରୀ ନାଥଙ୍କର ମୃତ୍ୟୁ ହୋଇଥିଲା। ନିକଟରେ ଏକ ସାଇକଲ୍‌ ଥୁଆ ହୋଇଥିବାରୁ ଶ୍ରୀ ନାଥ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି।

ଯାଜପୁରରୋଡ ରେଳବାଇ ପୁଲିସ ମୃତଦେହ ଜବତ କରି ନଂ.୭/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମଙ୍ଗଳବାର ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରେଳବାଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର