ତିତ୍‌ଲି କ୍ଷତି ଅନୁଧ୍ୟାନ ଲାଗି ଆସିବେ କେନ୍ଦ୍ରୀୟ କମିଟି

ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ବରେ ଗଠନ ହେବ ୯ଜଣିଆ କମିଟି, ଅନୁଧ୍ୟାନରୁ ଫେରି ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ େନତୃତ୍ବରେ ଏକ ୯ଜଣିଆ କମିଟି ତିତଲି କ୍ଷୟକ୍ଷତି ଅନୁଧ୍ୟାନ କରିବେ। ଆଜି େକନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କମିଟିରେ ଆଉ କିଏ କିଏ ସଦସ୍ୟ ରହିବେ, ତାହା ଆସନ୍ତାକାଲି ସୁଦ୍ଧା ନିର୍ଧାରଣ େହବ। ଏହି କମିଟି ଖୁବ୍ ଶୀଘ୍ର ଓଡ଼ିଶା ଆସି ସ୍ଥିତି ବୁଲି େଦଖିବେ ଓ ତାଙ୍କ ରିେପାର୍ଟ ଉପରେ ସହାୟତା େନଇ େକନ୍ଦ୍ର ସରକାର ନିଷ୍ପତ୍ତି େନବେ। େକବଳ େସତିକି ନୁେହଁ, ତିତଲି ଭୀଷଣ ବିପର୍ଯ୍ୟୟର ମାନ୍ୟତା ପାଇବ କି ନାହିଁ, ତାହା ମଧ୍ୟ ଏହି କମିଟିର ରିେପାର୍ଟ ଆଧାରରେ ନିର୍ଣ୍ଣୟ େହବ େବାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି।

ବିଶ୍ବସ୍ତ ମିଳିଥିବା ତଥ୍ୟ ଅନୁସାେର, ଏହି କମିଟିେର କୃଷି ଓ କୃଷକ କଲ୍ୟାଣ, ଅର୍ଥ, ସଡକ ପରିବହନ ଓ ଜାତୀୟ ରାଜପଥ, ଗ୍ରାମ୍ୟ ଉନ୍ନୟନ (ଗୃହ ନିର୍ମାଣ), ଶକ୍ତି, ଜଳସଂପଦ, ପିଇବା ପାଣି ଓ ଜଳଯୋଗାଣ ମନ୍ତ୍ରାଳୟର ଅଧିକାରୀ ରହିେବ। େଯଉଁ ସବୁ ଅଧିକାରୀ ବର୍ତମାନ କାର୍ଯ୍ୟକାରୀ େହଉଥିବା ବିଭିନ୍ନ େଯାଜନା ସଂପର୍କରେ ଅବଗତ ଅଛନ୍ତି, େସମାନଙ୍କ ମଧ୍ୟରୁ ଜଣକୁ ପଠାଇବା ଲାଗି ସଂପୃକ୍ତ ମନ୍ତ୍ରାଳୟ ବା ବିଭାଗମାନଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ଅର୍ଥାତ୍ ୨୬ ତାରିଖ ସୁଦ୍ଧା ସେମାେନ ଅଧିକାରୀମାନଙ୍କ ନାମ ତାଲିକା େଦବା ପରେ େକନ୍ଦ୍ର ସରକାର ଚୂଡାନ୍ତ ପ୍ରତିନିଧି ତାଲିକା ପ୍ରକାଶ କରିେବ ଓ ଏହା ପରେ କମିଟି ଅନୁଧ୍ୟାନ ଲାଗି ଆସିବେ। ଏହି ଟିମ୍ ଆନ୍ଧ୍ରପ୍ରଦେଶ ଯାଇ ମଧ୍ୟ କ୍ଷୟକ୍ଷତି େଦଖିବା ଲାଗି କୁହାଯାଇଛି।
େଯହେତୁ କ୍ଷୟକ୍ଷତିର ପରିମାଣ ଅଧିକ ଓ ଗମ୍ଭୀର ସ୍ଥିତିରେ ରହିଛି, ଏଣୁ େଯତେ ଶୀଘ୍ର ପାରିେବ, କମିଟି କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିବା ଲାଗି ଗୃହ ମନ୍ତ୍ରାଳୟ ନିେର୍ଦଶ େଦଇଛି। କମିଟି େଫରିବାର ଏକ ସପ୍ତାହ ମଧ୍ୟରେ ରିେପାର୍ଟ େଦବାକୁ ନିର୍ଦେଶ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରାଥମିକ ଆକଳନ ଅନୁସାେର ତିତଲି କାରଣରୁ ୨୭୭୦ େକାଟି ୨୭ଲକ୍ଷ ୬୨ ହଜାର ୨୦୦ ଟଙ୍କାର କ୍ଷତି ଘଟିଛି। ପୂର୍ଣ୍ଣାଙ୍ଗ ରିେପାର୍ଟ େଦବା ଲାଗି କ୍ଷତିଗ୍ରସ୍ତ ୧୭ଟି ଜିଲ୍ଲାକୁ ନିେର୍ଦଶ ଯାଇଛି। େହଲେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ରକୁ ଏକ ହଜାର କୋଟି ଟଙ୍କାର ଅନ୍ତରୀଣ ସହାୟତା ମାଗିଛନ୍ତି ରାଜ୍ୟ ସରକାର। ଏ ନେଇ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି େଲଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହଯୋଗ େଲାଡିଛନ୍ତି। ବାତ୍ୟା‌ ଓ ବନ୍ୟାରେ ଭାଙ୍ଗିଯାଇଥିବା ୫୭,୧୩୧ଟି ବାସଗୃହକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ଆବଣ୍ଟନ ପାଇଁ ବିଚାର କରିବାକୁ ମଧ୍ୟ େକନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଭାବ ପାଣ୍ଠି(ଏସ୍‌ଡିଆରଏଫ୍‌) ସହିତ ଜାତୀୟ ବିପର୍ଯ୍ୟୟ ପ୍ରଭାବ ପାଣ୍ଠି(ଏନ୍‌ଡିଆରଏଫ୍‌)ରୁ ୨୦୧୪.୦୯ କୋଟି ପ୍ରଦାନ କରିବାକୁ ମଧ୍ୟ ଚିଠିରେ ପ୍ରସ୍ତାବ ଦିଆଯାଇଥିଲା।

ସମାନ୍ତରାଳ ଭାେବ ସ୍ବତନ୍ତ୍ର ରିଲିଫ୍ କମିସନର େକନ୍ଦ୍ର ସରକାରଙ୍କୁ ଚିଠି େଲଖି ଏ େନଇ ଅବଗତ କରାଇଥିେଲ। ନିୟମ ମୁତାବକ, େକନ୍ଦ୍ରୀୟ କମିଟି ବୁଲି େଦଖିବା ପରେ ତାଙ୍କ ରିେପାର୍ଟ େଦବେ ଓ ଉଚ୍ଚ କ୍ଷମତାସଂପନ୍ନ କମିଟି ଅନୁଧ୍ୟାନ ପରେ େକନ୍ଦ୍ରୀୟ ସହାୟତା େନଇ େଘାଷଣା େହବ।

ସମ୍ବନ୍ଧିତ ଖବର