କରୋନା କଟକଣା ଭିତରେ ରାଜଧାନୀରେ ଖୋଲିଲା ସିନେମା ହଲ୍

ଭୁବନେଶ୍ୱର: କରୋନା କଟକଣା ପାଇଁ ଅନେକ ଦିନ ଧରି ବନ୍ଦ ଥିବା ସିନେମା ହଲ୍ ଆଜିଠୁ ରାଜଧାନୀରେ ଖୋଲିଛି। ଭୁବନେଶ୍ୱରରେ ଆଜି ଠାରୁ ସମସ୍ତ ସିନେମା ହଲ ଖୋଲିଛି। କଟକଣା ଭିତରେ ଚାଲିବ ୪ଟି ସୋ । ନୂଆ ରିଲିଜ ହୋଇଥିବା ଆମେରିକାନ ସୁପର ହିରୋ ଫିଲ୍ମ‘ଦ ସୁଇସାଇଡ ସ୍କ୍ୱାର୍ଡ’  ଆଜି ହଲରେ ପଡ଼ିଥିବା ଜଣାଯାଇଛି। ଏହିସବୁ ସିନେମା ହଲରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଛି। ତେବେ ଆଜି ରାଜଧାନୀର ପ୍ରେକ୍ଷାଳୟମାନଙ୍କରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ। ହଲ୍ ଖୋଲିବା ଆଗରୁ ଭଲ ଭାବେ ସାନିଟାଇଜେସନ୍ କରାଯାଇଥିବା ଜଣାଯାଇଛି।

ସେପଟେ, ଆଜିଠୁ ଖୋଲିଛି ଜାତୀୟ ଉଦ୍ୟାନ ଭିତରକନିକା। କରୋନା ମହାମାରୀ ପାଇଁ ୩ ମାସ ହେଲା ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ। ଅଗଷ୍ଟ ମାସର ନୂଆ ଗାଇଡଲାଇନ ନିୟମକୁ ଆଧାର କରି ଖୋଲଯାଇଛି ଜାତୀୟ ଉଦ୍ୟାନ। ଦିନ ସମୟରେ ପର୍ଯ୍ୟଟକମାନେ ଭିତରକନିକା ବୁଲି ପାରିବେ । ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଏବେ ଅନୁମତି ନାହିଁ। ପରବର୍ତ୍ତୀ ସମୟରେ ରାତ୍ରି ରହଣି ପାଇଁ ନିଷ୍ପତ୍ତି ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର