ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ପ୍ରମୁଖ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ପ୍ରମୁଖ ପରାମର୍ଶଦାତା ପଦବୀରୁ ନିର୍ବାଚନ ରଣକୌଶଳି ପ୍ରଶାନ୍ତ କିଶୋର ଇସ୍ତଫା ଦେଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ପ୍ରଶାନ୍ତ କିଶୋର କହିଛନ୍ତି, ସାଧାରଣ ଜୀବନର ସକ୍ରିୟ ଭୂମିକାରୁ ସେ ସାମୟିକ ଅବ୍ୟାହତି ନେବାକୁ ଇଚ୍ଛୁକ।

ଏହା ବ୍ୟତିରେକେ, ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ମଧ୍ୟ ସେ କିଛି ସ୍ଥିର କରି ନ ଥିବା କଥା ଲେଖିଛନ୍ତି।

Image Courtesy of The Times of India

ପ୍ରଶାନ୍ତ କିଶୋର କହିଛନ୍ତି, ସାଧାରଣ ଜୀବନରୁ ସକ୍ରିୟ ଭୂମିକା ନେବାରୁ ସାମୟିକ ଅବ୍ୟାହତି ନେବା ନିମନ୍ତେ ମୋର ନିଷ୍ପତ୍ତି ଦୃଷ୍ଟିରୁ ମୁଁ ଆପଣଙ୍କର ପ୍ରମୁଖ ପରାମର୍ଶଦାତା ଦାୟିତ୍ବ ତୁଲାଇବା ପାଇଁ ସମର୍ଥ ନୁହେଁ ବୋଲି ଆପଣ ଜାଣନ୍ତି। ମୋ ଭବିଷ୍ୟତ କାର୍ଯ୍ୟପନ୍ଥା ସଂକ୍ରାନ୍ତରେ ବି କିଛି ସ୍ଥିର କରିନାହିଁ। ତେଣୁ, ପ୍ରମୁଖ ପରାମର୍ଶଦାତା ଦାୟିତ୍ବରୁ ଅବ୍ୟାହତି ଦେବା ନିମନ୍ତେ ଅନୁରୋଧ କରି ଏ ପତ୍ର ଲେଖୁଛି।

ତେଣେ, ରାଜନୈତିକ ପରିସରରେ ଚର୍ଚ୍ଚା ଚାଲିଛି ଯେ, ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଉଛନ୍ତି। ଗତ ମାସରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ବୈଠକ ଯୋଗୁଁ ଏଭଳି କଳ୍ପନାଜଳ୍ପନା ଚାଲିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର