ତେଲକୋଇ/ଜଗମୋହନପୁର: ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ରୁଗୁଡିହି ଟୋଲ ଗେଟ୍ ନିକଟରେ ଏକ ଇଲୋଟ୍ରିକ ସାମଗ୍ରୀ ବୋଝେଇ କଣ୍ଟେନର (ଏଚଆର ୫୫ ଏଏଲ ୪୭୯୪) ଜଳିଯାଇଛି। କଣ୍ଟେନରରେ ଫ୍ୟାନ ଓ ଇଲୋଟ୍ରିକ୍ ସାମଗ୍ରୀ ସହିତ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ହୋଇଥିଲା।

Advertisment

ଗାଡ଼ିଟି କୋଲକାତାରୁ ମୁମ୍ବାଇ ଯାଉଥିବା ବେଳେ କାଞ୍ଜିପାଣି ଘାଟିରେ ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ରୁଗୁଡିହି ଟୋଲ ଗେଟ୍ ନିକଟରେ ଜଣାପଡ଼ିବା ପରେ ତେଲକୋଇ ଦମକଳବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ତେଲକୋଇ ପୁଲିସ ଓ ଦମକଳବାହିନୀ ପହଞ୍ଚି ୩ ଘଣ୍ଟାଧରି ନିଆଁକୁ ଆୟତ୍ତ କରିଥିବା ବେଳେ ଅଧିକାଂଶ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।