କରୋନା ସଂକ୍ରମଣ ହ୍ରାସ ପାଇଲା, କୋଭିଡ୍ ହସ୍ପିଟାଲରେ ପଡ଼ିଲା ତାଲା 

ଜୟପୁର: କୋରାପୁଟ ଜିଲ୍ଲାରେ କୋରନା ସଂକ୍ରମଣ ହାର ଧିରେ ଧିରେ କମିଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଜୟପୁର କୋଭିଡ୍ ହସ୍ପିଟାଲକୁ ବନ୍ଦ କରି ଦେଇଛନ୍ତି । ଏଣିକି କୋରନା ସଂକ୍ରମିତ ରୋଗୀଙ୍କୁ କୋରାପୁଟ ଏସଏଲଏନ୍ ବଡ ଡାକ୍ତରଖାନା ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି। ଜୟପୁର କୋଭିଡ୍ ହସ୍ପିଟାଲକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମେତ ଅନ୍ୟ ଡାକ୍ତରଖାନାରୁ ଆସିଥିବା ସମସ୍ତ ସ୍ଥାୟୀ କର୍ମଚାରୀ, ଡାକ୍ତର, ଫାର୍ମଶିଷ୍ଟ ଓଅନ୍ୟ କର୍ମଚାରୀ ମାନଙ୍କୁ ସେମାନଙ୍କ ମୂଳସ୍ଥାନକୁ ଫେରାଇ ନିଆଯାଇଛି ବୋଲି କହିଛନ୍ତି ଏଏମଓ ଡ.ଦୁର୍ଗା ପ୍ରସାଦ ପାତ୍ର।

ଦୈନିକ ମଜୁରୀରେ ଥିବା ୨୫ଜଣ କର୍ମଚାରୀଙ୍କୁ ଏଥି ପାଇଁ ବାହାର କରିଦିଆଯାଇଛି ବୋଲି କହିଛନ୍ତି ଡ.ପାତ୍ର। ତେବେ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ବରେ ବୈଷୟିକ କର୍ମଚାରୀ, ଜଣେ ଫାର୍ମଶିଷ୍ଟ , ହସ୍ପିଟାଲ ମ୍ୟାନଜର ଓ ସୁରକ୍ଷା କର୍ମୀ ପୂର୍ବଭଳି କାମ କରିବେ ବୋଲି କହିଛନ୍ତି ଡ.ପାତ୍ର। ଗତ କିଛି ଦିନ ହେବ କୋଭିଡ୍ ହସ୍ପିଟାଲରେ କେହି ସଂକ୍ରମିତ ଭର୍ତ୍ତି ନ ହେବା ଫଳରେ ଏହାକୁ ବନ୍ଦ କରିଦିଆଯାଇଛି। ତେବେ ଜିଲ୍ଲାରେ ଯଦି ଅଚାନକ ସଂକ୍ରମଣ ବୃଦ୍ଧି ପାଇଲେ ଏହାକୁ ପୁନଃ ପ୍ରସ୍ତୁତ କରିବା ପାଇଁ ସପ୍ତାହ ଲାଗିବ। ଏଥିକି ମଧ୍ୟରେ ଏସଏଲଏନ୍ ବଡଡାକ୍ତରଖାନାରେ ୭୦ଶଯ୍ୟା ଥିବାରୁ ସେଠାରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ କରାଯିବ ବୋଲି କହିଛନ୍ତି ଡ.ପାତ୍ର।

ସମ୍ବନ୍ଧିତ ଖବର