ରାଜ୍ୟରେ କରୋନା ନେଲା ଆଉ ‌ଏକ ମୁଣ୍ଡ

୨୦୫ ନୂଆ ଆକ୍ରାନ୍ତ, ସୁସ୍ଥ ହେଲେ ୧୧୪, ପୁଣି ରାଜଧାନୀରେ ବଢ଼ିଲା ସଂକ୍ରମଣ

ଭୁବନେଶ୍ବର : ଆଜି ରାଜ୍ୟରେ ଆଉ ଗୋଟିଏ ମୁଣ୍ଡ ନେଇଛି କରୋନା। ମୃତକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ୫୦ ବର୍ଷୀୟ ବ୍ୟକ୍ତି । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଡାଇବେଟିସ, ଉଚ୍ଚ ରକ୍ତଚାପ, କିଡ୍‌ନି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୨୮ରେ ପହଞ୍ଚିଛି। ବଡ଼କଥା ହେଲା ସକାଳେ କଟକ ଜିଲ୍ଲାରୁ ୧୨ ଜଣ ସଂକ୍ରମିତ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଥିବା ବେଳେ ସନ୍ଧ୍ୟାରେ ଆଉ ୧୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସେହିପରି ଆଜି ଭୁବନେଶ୍ବରରେ ମଧ୍ୟ ୧୬ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ୧୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨୭୦୮ ରେ ପହଞ୍ଚିଛି।

The Verge

ଆଜି ଚିହ୍ନଟ ହୋଇଥିବା ୨୦୫ ନୂଆ ରୋଗୀଙ୍କ ମଧ୍ୟରୁ କଟକରୁ ୩୧, କନ୍ଧମାଳରୁ ୨୨, ଖୋର୍ଧାରୁ ୨୧, କଳାହାଣ୍ଡିରୁ ଓ ବରଗଡ଼ରୁ ୧୬ ଲେଖାଏ, ଗଜପତିରୁ ୧୫, ମୟୂରଭଞ୍ଜରୁ ୧୩, ଯାଜପୁରରୁ ୧୨, କେନ୍ଦୁଝର ଓ ଜଗତସିଂହପୁରରୁ ୧୧, ପୁରୀରୁ ୭, ଗଞ୍ଜାମରୁ ୪, ସୁନ୍ଦରଗଡରୁ ୩, ଝାରସୁଗୁଡା, ଢେଙ୍କାନାଳ ଓ ବଲାଙ୍ଗୀରରୁ ୨ ଲେଖାଏଁ, ମାଲକାନଗିରି, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଅଛନ୍ତି। ଏନଡିଆର୍‌ଏଫ୍‌, ଓଡିଆର୍‌ଏଏଫ୍‌ ତଥା ଅଗ୍ନିଶମ ବିଭାଗର ୧୩ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଜି ସୁସ୍ଥ ହୋଇଥିବା ୧୧୪ ଜଣଙ୍କ ମଧ୍ୟରେ ସୁନ୍ଦରଗଡ଼ର ୩୦, ଖୋର୍ଦ୍ଧାର ୨୩, ଗଞ୍ଜାମର ୧୭, କଟକର ୧୧, ମୟୂରଭଞ୍ଜର ୧୦, ଗଜପତିର ୮, ବରଗଡ଼ର ୫, ନୟାଗଡ଼ର ୪, ବଲାଙ୍ଗୀରର ୩ ଜଣ ଏବଂ ବାଲେଶ୍ୱର, କୋରାପୁଟ ଓ ସମ୍ବଲପୁରର ଜଣେ ଲେଖାଏଁ ରହିଛନ୍ତି।

ସମ୍ବନ୍ଧିତ ଖବର