୫ ଘଣ୍ଟାର ଲୁଚକାଳି ଖେଳ ପରେ କୁଖ୍ୟାତ ଅପରାଧୀ ଈଶ୍ୱର ମଳିକଙ୍କୁ ଗିରଫ କଲା ପୁଲିସ

ବାଲେଶ୍ୱର: ଦୀର୍ଘ ୫ ଘଣ୍ଟାର ଲୁଚକାଳି ଖେଳ ପରେ କୁଖ୍ୟାତ ଅପରାଧୀ ଈଶ୍ୱର ମଳିକଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏଥିଲାଗି ସହଦେବଖୁଣ୍ଟା ଓ ରେମୁଣା ଥାନା ପୁଲିସର ମିଳିତ ଚଢ଼ଉ ହୋଇଥିଲା। ବାଲେଶ୍ୱର ଜିଲ୍ଲାର ରେମୁଣା ଶ୍ୟାମରାଇପୁର ଗାଁରେ ଈଶ୍ୱର ମଳିକଙ୍କ ଘର ଉପରେ ଚଢ଼ଉ ବେଳେ ପୁଲିସ୍‌ ଉପରକୁ ବୋମା ଫିଙ୍ଗିଥିଲା କୁଖ୍ୟାତ ଲୁଟେରା। ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟ ୨ଟି ଫୁଟି ନ ଥିଲା। ପୁଲିସ ଉପରକୁ ଇଟା ପଥର ମାଡ଼ ବି କରିଥିଲେ ଈଶ୍ୱର। ତେବେ କୌଣସି ପୁଲିସ କର୍ମଚାରୀ ଆହତ ହୋଇ ନ ଥିବା ସୂଚନା ମିଳିଛି।


ସୂଚନାଯୋଗ୍ୟ ଗତ ୨ ଦିନ ତଳେ ରେମୁଣା ନିକଟରେ ଏକ ଲୁଟ୍ ଘଟଣାରେ ସମ୍ପୃକ୍ତି ଜାଣି ପୁଲିସ୍‌ ଧରିବାକୁ ତାଙ୍କ ଘରକୁ ଆସିଥିଲା । ବର୍ଷେ ପୂର୍ବରୁ ଈଶ୍ୱରଙ୍କୁ ରେମୁଣା ଥାନା ପୁଲିସ ଗିରଫ କରିଥିଲା। ତା’ ନାମରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚୋରି, ଡକାୟତି, ଲୁଟ ଆଦି ମାମଲା ରହିଛି। ଈଶ୍ୱର ତିନି ବର୍ଷ ତଳେ ସେଭଳି ପୁଲିସ୍ ଯେତେବେଳେ ତାଙ୍କ ଘର ଉପରେ ଚଢଉ କରିଥିଲା ସେତେବେଳ ବି ସେ ପୁଲିସ୍ ଉପରକୁ ଗରମ ତେଲ ଫୋପାଡ଼ିଥିଲେ।

ସମ୍ବନ୍ଧିତ ଖବର