ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଟିଭି ସେଣ୍ଟର ପଡ଼ା ଖେଳପଡ଼ିଆଠାରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର କରାଯାଇଛି। ପ୍ରକାଶ ଯେ, ଭବାନୀପାଟଣାସ୍ଥିତ ଆମ୍ବଗଛପଡ଼ାର ଦୀପକ ବାଗ (୨୫) ଶନିବାର ରାତିରେ କୌଣସି କାରଣକୁ ନେଇ ଘରୁ ଚାଲି ଯାଇଥିଲେ। ଆଜି ସକାଳୁ ଟିଭି ସେଣ୍ଟର ପଡ଼ା ଖେଳ ପଡ଼ିଆଠାରେ ଦୀପକଙ୍କ ମୃତଦେହ ଗଛରେ ଝୁଲୁଥିଲା। ପରିବାର ଲୋକେ ଟାଉନ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର