କରୋନା: ସଂକ୍ରମଣ ରୋକିବାକୁ ଡିଏମ୍‌ଇଟି ପକ୍ଷରୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ ହସ୍‌ପିଟାଲରୁ ଏକକାଳୀନ ୨୭ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଡିଏମ୍‌ଇଟି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନ୍‌ ପାଳିବାକୁ ପରାମର୍ଶ ଦିଆଯାଇଛି। ଏଥିରେ ସମସ୍ତ ଘରୋଇ ହସ୍‌ପିଟାଲକୁ ମାର୍ଗଦର୍ଶିକା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଘରୋଇ ହସ୍‌ପିଟାଲ କର୍ମଚାରୀଙ୍କୁ ଆଇପିସି ସମ୍ପର୍କିତ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି। ସଂକ୍ରମଣ, ପ୍ରତିଷେଧକ ଓ ନିୟନ୍ତ୍ରଣ ସଂପର୍କିତ ପ୍ରଶିକ୍ଷଣ ଦେବାକୁ କୁହାଯାଇଛି। ସେହିପରି ସମସ୍ତ ଘରୋଇ ହସ୍‌ପିଟାଲ ନୋଡାଲ ଅଧିକାରୀଙ୍କୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି। ସମସ୍ତ ଘରୋଇ ହସ୍‌ପିଟାଲ ଆଇସୋଲେସନ ଓ୍ବାର୍ଡ ରଖିବେ। ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବେ। ଏଥିସହ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କ ସଂପର୍କରେ ସବିଶେଷ ସୂଚନା ତୁରନ୍ତ ସରକାରଙ୍କୁ ଦେବେ।

ସମ୍ବନ୍ଧିତ ଖବର