ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି

ପରିବାର ଲୋକଙ୍କୁ ବାନ୍ଧି ଅଢେଇ ଘଣ୍ଟା କଲେ ଉତ୍ପାତ

ସୁନ୍ଦରଗଡ଼: ହେମଗିର ପଞ୍ଚାୟତ ସମିତି ପୂର୍ବତନ ଅଧକ୍ଷ ତଥା ବର୍ତ୍ତମାନର ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗୋପାଳ ପଧାନଙ୍କ ବିଲେଇମୁଣ୍ଡାସ୍ଥିତ ବାସଭବନରେ ସଶସ୍ତ୍ର ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତି ୫ ଜଣ ଡକାୟତ ଘର ପଛପଟ ଦେଇ ପଶିବା ସହ ଘରେ ଥିବା ସମସ୍ତ ସଦସ୍ୟଙ୍କୁ ବାନ୍ଧି ଦେବା ସହ ବନ୍ଧୁକ ମୁନରେ ଘରେ ଥିବା ସମସ୍ତ ସୁନା, ରୂପା, ଟଙ୍କା, ଏପରିକି ତାଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଓ ଜାଇଲୋ ଗାଡିକୁ ଲୁଟ କରି ଫେରାର ହୋଇଯାଇଛନ୍ତି।

ସୂଚନା ମୁତାବକ ୫ ଜଣ ମୁଖାପିନ୍ଧା ଡକାୟତ ଘର ପଛପଟ ଦେଇ କବାଟ ଭାଙ୍ଗି ପ୍ରଥମେ ଗୋପାଳ ପଧାନଙ୍କ ପୁଅ ଆଶିଷର ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଆଶିଷ ଓ ତାଙ୍କ ପତ୍ନୀକୁ ବାନ୍ଧି ଦେଇଥିଲେ। ଏହା ପରେ ପରେ ଘର ଅନ୍ୟ ସଦସ୍ୟମାନଙ୍କୁ ବାନ୍ଧି ପକାଇଥିଲେ। ଦୀର୍ଘ ଦେଢ଼ ଘଣ୍ଟା ଲୁଟପାଟ କରିବା ପରେ ଫେରାର ହୋଇ ଯାଇଛନ୍ତି, ଏହି ଘଟଣା ବର୍ତ୍ତମାନ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରେ ହେମଗିର ପୁଲିସ ପହଞ୍ଚି ତନାଘନା ଚଲାଇଛି।

ସମ୍ବନ୍ଧିତ ଖବର