ହାତୀ ପାଇଁ ୧୮ ଘଣ୍ଟା ନାକେଦମ୍‌

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ଗହଳିରେ ହାତୀ ଉପଦ୍ରବ ନିତିଦିନିଆ ଘଟଣା। ଆଜି କିନ୍ତୁ ଏକ ଦନ୍ତାହାତୀ ସୁନ୍ଦରଗଡ଼ ସହରକୁ ପଶି ଆସିବାରୁ ବନ ବିଭାଗ କର୍ମଚାରୀଙ୍କ ସମେତ ସହରବାସୀ ପ୍ରାୟ ୧୮ ଘଣ୍ଟା ଧରି ନାକେଦମ୍ ହୋଇଛନ୍ତି। ଅବଶ୍ୟ ବିନା କ୍ଷୟକ୍ଷତିରେ ସଂଧ୍ୟାରେ ହାତୀକୁ ଘଉଡାଇବାରେ ଜଙ୍ଗଲ ବିଭାଗ କର୍ମଚାରୀମାନେ ସଫଳ ହୋଇଛନ୍ତି।

ଆଜି ଭୋର୍ ୩ଟାରେ ମିଶନ ଛକ କ୍ୟାଥେଲିକ୍‌ ଚର୍ଚ୍ଚ ପରିସରସ୍ଥିତ ବୁଦୁବୁଦୁକିଆ ଜଙ୍ଗଲକୁ ଏହି ହାତୀ ପଶିଆସିଥିଲା। ଏହାପରେ ହାତୀ ଘଉଡ଼ାଇବା ପାଇଁ ଅପରେସନ୍‌ ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ଘଉଡ଼ାଳିମାନେ ନିଆଁହୁଳା ଦେଖାଇ ହାତୀକୁ ଚର୍ଚ୍ଚରୁ ବାହାର କରି ଅମଲିପାଲି, ଇବନଦୀ ପାର କରି ମଝିଆପଡ଼ା ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ହାତୀଟି ଉଜ୍ବଳପୁର ବନାଞ୍ଚଳ ଭିତରକୁ ପଶିଯାଇଥିବା ବନବିଭାଗ କହିଛି।

ସମ୍ବନ୍ଧିତ ଖବର