କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ : ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ନିର୍ଣ୍ଣାୟକ ‌ହୋଇପାରେ

କୋରାପୁଟ : ଦୀର୍ଘଦିନ ଧରି କଂଗ୍ରେସ କବଜାରେ ଥିବା କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଗତ ଦୁଇଟି ସାଧାରଣ ନିର୍ବାଚନରେ ବିେଜଡି ଖାତାକୁ ଆସିଛି। ଦଳ ଗଠନ ହେବା ପରଠାରୁ ଏହି ଆସନରେ କଂଗ୍ରେସକୁ କଡା ଟକ୍କର ଦେଇଆସୁଥିଲା। କିନ୍ତୁ ପରିର୍ବତ୍ତିତ ରାଜନୈତିକ ଦୃଶ୍ୟପଟ୍ଟରେ କେଂଗ୍ରସ ଓ ବିେଜଡିର ଦୁଇ ପୁରୁଖା ନେତା ଗିରିଧର ଗମାଙ୍ଗୋ ଓ ଜୟରାମ ପାଙ୍ଗୀ ଏବେ ପଦ୍ମ ଦଳରେ। ତେଣୁ ଗୁରୁତ୍ବପୂର୍ଣ୍ଣ ଏହି ଲୋକସଭା ନିର୍ବାଚନମଣ୍ଡଳୀରେ ଏଥର ତ୍ରିମୁଖୀ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ କରୁଛନ୍ତି। କେବଳ ସେତିକି ନୁେହଁ, ଏକଥା ବି ଆକଳନ କରାଯାଉଛି ଯେ ଏଥର ପ୍ରସଙ୍ଗ ଅପେକ୍ଷା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ହିଁ ନିର୍ଣ୍ଣାୟକ ହୋଇପାରେ।

କୋରାପୁଟ ଜିଲ୍ଲାର ୪ଟି ଓ ରାୟଗଡାର ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ କୋରାପୁଟ ଲୋକସଭା ନିର୍ବାଚନମଣ୍ଡୀ ଗଠନ ହୋଇଛି। ଗତ ନିର୍ବାଚନରେ ବିେଜଡି ପ୍ରାର୍ଥୀ ଝିନ୍ନ ହିକକା ୩,୯୫,୧୦୯ ଖଣ୍ଡ ଭୋଟ ପାଇଥିଲେ। କେଂଗ୍ରସର ଗିରିଧର ଗମାଙ୍ଗଙ୍କୁ ୩,୭୫, ୭୮୧ ଭୋଟ ମିଳିଥିଲା। ବିଜେପିରୁ ଶିଙ୍କ ଶଙ୍କର ଉଲ୍ଲାକା ପ୍ରାର୍ଥୀ େହାଇ ୮୯,୭୮୮ ଖଣ୍ଡ ଭୋଟ ପାଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ବିେଜଡିର ଜୟରାମ ପାଙ୍ଗୀ ୩,୧୨,୭୭୬ ଖଣ୍ଡ ଭୋଟ ପାଇଥିବା ବେଳେ ସେଥର କେଂଗ୍ରସ ପ୍ରାର୍ଥୀ ଗିରିଧର ଗମାଙ୍ଗୋଙ୍କୁ ୨,୧୬,୪୧୬ ଖଣ୍ଡ ଭୋଟ ମିଳିଥିଲା।

କୋରାପୁଟ ଲୋକସଭା ଆସନର ଇତିହାସ ସୂଚାଉଛି, ଏଠାରେ ବିେଜଡି ଓ କେଂଗ୍ରସ ମଧ୍ୟରେ ସିଧାସଳଖ ଲଢେଇ ହୋଇଥାଏ। ବିେଜପି ଏହି ଆସନରେ ଏଯାଏ ନିଜର ଦବଦବା ଦେଖାଇପାରିନାହିଁ। କିନ୍ତୁ ରାଜନୈତିକ ଘଟଣା କ୍ରମରେ ଗତ ଦିନରେ ଏଠାରୁ ବିେଜଡି ଓ କଂଗ୍ରେସରୁ ସାଂସଦ ହୋଇଥିବା ଦୁଇ ପୁରୁଖା ନେତା ଉଭୟ ବିେଜପିେର ଅଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଠାରୁ ରେକର୍ଡ ସମୟ ସାଂସଦ ଥିବା ଗିରିଧର ଗମାଙ୍ଗୋ ତାଙ୍କ ଦଳବଳ ନେଇ ବିେଜପିରେ ସାମିଲ ହୋଇଥିଲେ। ପୁଣି ବିେଜଡି ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ମଧ୍ୟ ପଦ୍ମ ପୋଖରୀକୁ ସମର୍ଥକଙ୍କ ସହିତ ଡେଇଁଛନ୍ତି। ଅତଏବ ଏମାନଙ୍କ ସାହାଯ୍ୟରେ ବିେଜପିର ଶକ୍ତି କେତେ ବଢିଛି, ତାହା ଆସନ୍ତା ନିର୍ବାଚନରେ ପରୀକ୍ଷା େହବ। କେବଳ ସେତିକି ନୁେହଁ, ଉଭୟ କେଂଗ୍ରସ ଓ ବିେଜଡି ନିଜର ନିଜର େଭାଟ ବ୍ୟାଙ୍କକୁ େକତେ ପରିମାଣରେ ସୁରକ୍ଷିତ କରି ରଖିଛନ୍ତି, ନା କେବଳ େନତା ବିେଜପିରେ ମିଶିଲେ ଓ କର୍ମୀ ସେମାନଙ୍କ ପୁରୁଣା ଦଳରେ ରହିେଲ, ତାହା ମଧ୍ୟ ଆସନ୍ତା ନିର୍ବାଚନ ନିର୍ଣ୍ଣୟ କରିବ।

ପୁରୁଖା େନତାଙ୍କୁ ଧରି ବିେଜରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଆପାତତଃ େଯାଜନା କରିଛି। େହଲେ କେଂଗ୍ରସ ଓ ବିେଜଡିରୁ କିଏ ପ୍ରାର୍ଥୀ େହବେ, ତାହା ଉପରୁ ଏପର୍ଯ୍ୟନ୍ତ ପରଦା ହଟିନାହିଁ। ଗିରିଧର ଗମାଙ୍ଗୋ ଦଳ ଛାଡିବା ପରେ ଏବେ କେଂଗ୍ରସ ପଡିଆ ଫାଙ୍କା। ବର୍ତମାନର ବିେଜଡି ସାଂସଦ ଝିନ୍ନ ହିକକା ଏଥର ବିିେଜଡି ଟିକେଟରେ ଲକ୍ଷ୍ମୀପୁର ବିଧାନସଭା ଆସନରୁ ଲଢିବେ ବୋଲି ତାଙ୍କ ନିକଟତମ ମହଲରୁ ଶୁଣା ଯାଉଛି। ଏପରି େହଲେ ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, କୋରାପୁଟ ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନୀ କିମ୍ବା ଯୁବ େନତା ମଦନ କିର୍ସାନୀଙ୍କୁ ଦଳ ଲୋକସଭା ଟିକେଟ ଦେଇପାରେ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି।

ଏପଟେ କଂଗ୍ରେସରେ ଏକାଧିକ ନାମକୁ ନେଇ ଚର୍ଚ୍ଚା ହେଉଛି। ରାୟଗଡାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ପୁରୁଷୋତ୍ତମ ଗମାଙ୍ଗୋ, ରାଧାମୋହନ ସାରକା ଓ ସପ୍ତଗିରି ଉଲ୍ଲାକା ଏହି ଦୌଡରେ ଆଗରେ ଅଛନ୍ତି। ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରି ଓ ଜ୍ବାଇଁ ହେଉଛନ୍ତି ରାଧାମୋହନ। ପୁଣି ପୂର୍ବତନ ସାଂସଦ ହେମା ଗମାଙ୍ଗୋ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା େହଉଛି ଓ େସ ବି ଟିେକଟ ଦାବିଦାର େବାଲି େଗାଟିଏ େଗାଷ୍ଠୀ ମତ ରଖୁଛନ୍ତି। ତେବେ ବିେଜପିରୁ ଜୟରାମ ପାଙ୍ଗୀ ପ୍ରାର୍ଥୀ େହବା େନଇ ସମ୍ଭାବନା ଅଧିକ।

(କୋରାପୁଟ) ୨୦୧୪ ନିର୍ବାଚନ ଫଳାଫଳ

ଦଳ              ପ୍ରମୁଖ ପ୍ରାର୍ଥୀ          ଭୋଟ
ବିଜେଡି        ଝୀନ୍ନ ହିକକା          ୩,୯୫,୧୦୯
କଂଗ୍ରେସ       ଗିରିଧର ଗମାଙ୍ଗ     ୩,୭୫,୭୮୧
ବିଜେପି        ଶିବସଙ୍କର ଉଲ୍ଲକା    ୮୯,୭୮୮

ସମ୍ବନ୍ଧିତ ଖବର