ଆସିଲେଣି ପର୍ଯ୍ୟଟକ, ପୁରୀ ବେଳାଭୂମିରେ ଏବେ ପୂର୍ବଭଳି କୋଳାହଳ ସୃଷ୍ଟି ହେଲାଣି

ଏବେବି ବାଲିରେ ଗଡ଼ୁଛି ଡଙ୍ଗା

ପୁରୀ ବେଳାଭୂମିରେ ଏବେ ପୂର୍ବଭଳି କୋଳାହଳ ସୃଷ୍ଟି ହେଲାଣି। ସମୁଦ୍ରରେ ଲୋକ ଗାଧେଇଲେଣି, ବାଲିରେ ଚେୟାର ପକାଇ ବସି ନୀଳ ସାଗରର ଉଚ୍ଚା ଲହଡିର ମଜା ନେଉଛନ୍ତି। ଖାଲି ପର୍ଯ୍ୟଟକ ନୁ‌େହଁ, ଯେଉଁ ପର୍ଯ୍ୟଟକଙ୍କ ପାଇଁ ଯାହା ଘରେ ଚୁଲି ଜଳୁଥିଲା ସେମାନେ ବି ବେକରେ ବାକ୍ସ ପକାଇ ଝାଲ୍‌ ମୁଢ଼ି ବିକିଲେଣି, ଶଙ୍ଖ ନେବ ଶଙ୍ଖ ଡାକିଲେଣି, ଗାଧଉଥିବା ଲୋକଙ୍କୁ ଫଟୋ ଉଠାଇବେ କି ପଚାରୁଛନ୍ତି। ଏହିଭଳି ଏବେ ପୁରୀ ବେଳାଭୂମି ଚଳଚଚଞ୍ଚଳ ହୋଇଉଠିଲାଣି। ହେଲେ ଏହା ଏବେ ଦିଗବାରେଣୀ ଛକରୁ ସ୍ବର୍ଗଦ୍ବାର ଆଡ଼କୁ ୨୦୦ରୁ ୩୦୦ମିଟର ଭିତରେ ସୀମିତ ରହିଛି। ବେଳାଭୂମି ପୁଣି ଚଳଚଞ୍ଚଳ ହେବାକୁ ପୁରୀରେ ବିଦ୍ୟୁତ ସଂଯୋଗ ଆସିବା ଦରକାର ବୋଲି ବ୍ୟବସାୟୀମାନେ କହିଲେଣି।

ଅପରପକ୍ଷେ ପର୍ଯ୍ୟଟକ ଆସୁଥିବା ଦେଖି ଗୋଟିଏ ଦୁଇଟି ହୋଟେଲ ‌ଅଳ୍ପ କେତୋଟି ରୁମ୍‌ ବୁକିଂ କରିବା ଆରମ୍ଭ କରିଛନ୍ତି। ଅନଲାଇନ୍‌ରେ ବୁକିଂ ହେଉନଥିଲେ ହେଁ ଅଫଲାଇନ୍‌ରେ ବୁକିଂ କରି ପର୍ଯ୍ୟଟକଙ୍କୁ ରଖାଯାଉଛି।

ଏବେବି ବାଲିରେ ଗଡ଼ୁଛି ଡଙ୍ଗା

ବାତ୍ୟାର ପ୍ରଳୟକୁ ୧୨ଦିନ ବିତିଲାଣି। କିନ୍ତୁ ଏବେବି ‌ସମୁଦ୍ର କୂଳରୁ ଶହଶହ ଫୁଟ ଦୂରରେ ପଡ଼ିକି ରହିଛି ମାଛଧରା ଡଙ୍ଗା। ଏଥିରୁ ଜଣାପଡ଼ୁଛି ପୁରୀରେ ସାମୁଦ୍ରିକ ମାଛ ଉତ୍ପାଦନ କେତେ ପ୍ରଭାବିତ ହୋଇଛି। ଯେଉଁମାନଙ୍କର ଗୁଜୁରାଣ ମାଛ ଧରିକି ମେଣ୍ଟୁଥିଲା ସେମାନେ ଏବେ ରିଲିଫ ଅପେକ୍ଷାରେ ସାହିରେ ପଲିଥିନ୍ ଟାଣିକି ବସିଛନ୍ତି। ମାଛ ଆଣିଲେ କାହାକୁ ବିିକ‌ିବେ, କିଏ ନେବ ସେଇ ଆଶଙ୍କାରେ ବାଲିରେ ଅଧା ପୋତି ହୋଇପଡ଼ିଥିବା ଡଙ୍ଗାକୁ କାଢ଼ିବାକୁ ଜୁ ପାଉନି।

ପୁରୀରେ ଶହଶହ ପରିବାର ଦୈନିକ ମାଛ ଧରା ଉପରେ ନିର୍ଭର କରୁଥିବାବେଳେ ବାତ୍ୟା ପରେ ଏବେ କାଁ ଭାଁ ଡଙ୍ଗା ସମୁଦ୍ରକୁୂ ଯାଉଛି। କାହାର ଡଙ୍ଗା ଭାଙ୍ଗି ଯାଇଛି ତ କାହାକୁ ମାଛ ଆଣିଲେ ମଣ୍ଡି‌େର ଦେବା ଚିନ୍ତା ଘାରୁଛି। ସରକାର ଡଙ୍ଗା ଭଙ୍ଗା ସହାୟତା ଦେଲେ ଡଙ୍ଗା ସଜାଡ଼ିବେ ଆଉ ଦରିଆ ଭିତରକୁ ଯିବା ଅପେକ୍ଷାରେ ଧୀବର ରହିଛି।

ସମ୍ବନ୍ଧିତ ଖବର