ସ୍କୁଟରରୁ ପଡ଼ି ବୃଦ୍ଧ ମୃତ

ପଦ୍ମପୁର: କେନ୍ଦୁଝର ଟାଉନ ଥାନା ୨୦ ନମ୍ବର ଜାତୀୟ ରାଜପଥ ରାଙ୍କି କୋଭିଡ ହସ୍ପିଟାଲ ନିକଟରେ ସ୍କୁଟିରୁ ପଡ଼ି ଆଜି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଘଟଗାଁ ଥାନା ପଣ୍ତାପଡ଼ା ଥାନା ବିନିଦା ଗ୍ରାମର ସ୍ବର୍ଗତଃ ବେଣୁଧର ପାତ୍ରଙ୍କ ପୁଅ ଜୟକୃଷ୍ଣ ପାତ୍ର(୬୫)। ଗତକାଲି ଜୟକୃଷ୍ଣ ବାଂଶପାଳ ବ୍ଲକ୍‌ ତରମାକାନ୍ତ ଗ୍ରାମର ଭଉଣୀ ତିଳତ୍ତୋମା ପାତ୍ରଙ୍କ ଘରକୁ ଯାଇଥିଲେ। ଆଜି ସକାଳେ ସେ ଘରକୁ ଫେରୁଥିବା ବେଳେ ରାଙ୍କି କୋଭିଡ ହସ୍ପିଟାଲ ନିକଟରେ (ଓଡି-୦୯-ୟୁ-୭୦୭୩)ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଫଳରେ ଜୟକୃଷ୍ଣ ରାସ୍ତାରେ ଛିଟିକି ପଡ଼ି ଅତି ଗୁରୁତର ହୋଇଥିଲେ। ତୁରନ୍ତ ଉପସ୍ଥିତ ଲୋକେ ଗୁରୁତରଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଲେ ହେଁ ଜୟକୃଷ୍ଣଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଟାଉନ ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଏବଂ ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ମେଡିକାଲରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ହସ୍ତାନ୍ତର କରାଯାଇଛି। ଏନେଇ ଟାଉନ ଥାନାରେ (୪୮୪/୨୨)ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର