ଜେଏମ୍ଏମ୍‌ର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ରାଇରଙ୍ଗପୁର: ଆଉ କେଇଟା ଦିନ ପରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ମୟୂରଂଭଜ ଜିଲ୍ଲାରେ ଭୋଟ୍‌ ଗ୍ରହଣ କରାଯିବ। ଏନେଇ ସମସ୍ତ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜରଦାର୍ ଆରମ୍ଭ ହୋଇଯାଇଛି। ତେବେ ଅଧିକାଂଶ ରାଜନୈତିକ ଦଳର ଉଭୟ ଲୋକସଭା ଓ ବିଧାନସଭାର ପ୍ରାର୍ଥୀ ଘୋଷଣା ହୋଇ ସାରିଥିବା ବେଳେ କିଛି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା ହୋଇନାହିଁ।

ଏହି ପରିପ୍ରେକ୍ଷୀରେ ଦୁଇଦିନ ପୂର୍ବରୁ ଜେଏମ୍ଏମ୍ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଥିବା ବେଳେ ରବିବାର ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟଳୟ ରାଇରଙ୍ଗପୁର ଠାରେ ମୟୂରଭଞ ଜିଲ୍ଲାର ସାଂସଦ ପ୍ରାର୍ଥୀ ଅଞନୀ ସୋରେନ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ସୁନାରାମ ଟୁଡୁ, ସାରସକଣା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଅଞନୀ ସୋରେନ, ବାଙ୍ଗିରୀପୋଷି ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ବିଷ୍ନୁ ସିଂ, ମୋରଡା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ଦାସ, ଉଦଳା ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ଚକ୍ରଧର ସିଂଙ୍କୁ ଦଳ ପକ୍ଷରୁ କର୍ମୀମାନେ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।

ଏହି ଅବସରରେ ସମସ୍ତ ପ୍ରାର୍ଥୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟର୍ପଣ କରିବା ପରେ ସାଂସଦ ପ୍ରାର୍ଥୀନି ଅଂଜନୀ ସୋରେନ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ଜେଏମ୍ଏମ୍‌ ଦୁବରାଜ୍ ନାଗ୍, ସାଲୁ କିସ୍କୁ, ଘନଶ୍ୟାମ ପିଙ୍ଗୁଆ, ସୁନୀଲ ମାଝୀଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର