ଟ୍ୱିନସିଟିରେ କିଭଳି ରହିବ ଫନିର ପ୍ରଭାବ ? ଜାଣନ୍ତୁ କେତେ ବେଗରେ ବହିବ ପବନ

ଭୁବନେଶ୍ୱର: ଘଣ୍ଟାକୁ ପାଖାପାଖି ୧୭ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ଫନି | ସାରା ରାଜ୍ୟ ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା କରିଛି ପାଣିପାଗ ବିଭାଗ | ଟ୍ୱିନ ସିଟି କଟକ-ଭୁବନେଶ୍ୱରରେ ବି ଏହାର ପ୍ରଭାବ ପଡିବ ବୋଲି ଜଣାପଡିଛି | ବିଶେଷ କରି ଘଣ୍ଟାକୁ ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବୋହିବାର ଆଶଙ୍କା କରିଛି ପାଣିପାଗ ବିଭାଗ | ଆଉ ଏତେ ମାତ୍ରାରେ ପବନ ବୋହିବାର ଆଶଙ୍କା ଥିବାରୁ ଗଛ ମଧ୍ୟ ଉପୁଡିପାରେ |

ଠିକ ସେହିଭଳି ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆସନ୍ତା ୨୪ ଘଣ୍ଟା ଯାଏଁ କୌଣସି ବିମାନ ଉଡ଼ିବ ନାହିଁ | ଦିଲ୍ଲୀ, ହାଇଦ୍ରାବାଦ, ବାଙ୍ଗାଲୋର, କୋଲକାତାରୁ ଆସିବାକୁ ଥିବା ବିମାନ ସେବାକୁ ବନ୍ଦ କରିଛି ଡ଼ିଜିସିଏ | ବାତ୍ୟା ଫାଇଲିନ ବେଳେ ରାଜଧାନୀରେ କିଛି ଗଛ ଭାଙ୍ଗିଯାଇଥିବାବେଳେ ରାସ୍ତା ମଧ୍ୟ ଅବରୋଧ ହୋଇଯାଇଥିଲା | ଠିକ ସେହିପରି ଏହି ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଉଥିବାରୁ କଟକର ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି | ବିଶେଷ କରି ଶୁକ୍ରବାର ରାତି ଯାଏଁ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି | ପାଖାପାଖି ୩୦ ସେଣ୍ଟିମିଟର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି |

ସମ୍ବନ୍ଧିତ ଖବର