ଯାଜପୁର/ଚଣ୍ତିଖୋଲ : ଶହ ଶହ ଚାଷୀଙ୍କର କ୍ଷେତକୁ ବାଟ ନାହିଁ। କ୍ଷେତ ଓ ଚାଷୀଙ୍କ ମଝିରେ ପାରାଦୀପ-ହରିଦାସପୁର ରେଳ ଲାଇନ ବସାଇଛି ବାଡ଼। ରେଳବାଇ ଅଧିକାରୀଙ୍କ ମନମାନି ପ୍ରତିବାଦରେ ଶହ ଶହ ଚାଷୀ ଆନ୍ଦୋଳନ କରି ଆସୁଛନ୍ତି। ଚାଷୀମାନଙ୍କର ଜୀବନଜୀବିକାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ଯୁଗ୍ମ କମିଟି ତଦନ୍ତ ରିପୋର୍ଟକୁ ମଧୢ ରେଳବାଇ ଅଧିକାରୀ ଦଳିମକଚି ଡଷ୍ଟବିନକୁ ଫିଙ୍ଗି ଦେଇଛନ୍ତି। ଶେଷରେ ଆଜି ରେଳବାଇ ଠିକାଦାରଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନକାରୀ ଚାଷୀଙ୍କୁ ଜୋରଜବରଦସ୍ତ ଉଠାଇ ନେଇଛି ପୁଲିସ। ଏହାକୁ ନେଇ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। ଚାଷୀ ଆନ୍ଦୋଳଳନକୁ ତୀବ୍ର କରିବାକୁ ଯୋଜନା ଚଳାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ହରିଦାସପୁର-ପାରାଦୀପ ନୂତନ ରେଳପଥ ନିର୍ମାଣ ଚାଲୁ ରହିଥିବା ପରିପ୍ରେକ୍ଷୀରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗହରନଗର-ମାତକତପୁର ସ˚ଯୋଗ ସ୍ଥଳ ଅଠେଇଶିବାଟୀ ଠାରେ ଚାଷୀମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏକ ଗଳି ପୋଲ ନିର୍ମାଣ କରିବାକୁ ଦୀର୍ଘ ୩ ବର୍ଷ ତଳୁ ଦାବି ହୋଇ ଆସୁଛି।
ଏ ନେଇ ପୂର୍ବରୁ ପଞ୍ଚୁପାଣ୍ତବସ୍ଥିତ ରେଳପଥ ନିର୍ମାଣକାରୀ ସ˚ସ୍ଥାର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖ ଓ ଅଠେଇଶିବାଟି ପାଖରେ ଦୁଇ ଥର ଧାରଣାରେ ବସିଥିଲେ। ଏ ସ˚କ୍ରାନ୍ତୀୟ ଦାବିପତ୍ରକୁ ମଧୢ ଚାଷୀମାନେ ବହୁ ପୂର୍ବରୁ ରେଳ ବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିଲେ। ଗତ ୨୦୧୭ ଡିସେମ୍ବର ୧୧ ତାରିଖରେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରାଯାଇ ଏଠାରେ ଗଳିପୋଲ ନିର୍ମାଣ ଦାବି ଯଥାର୍ଥ ବୋଲି ଅନୁଭବ କରିଥିଲେ। ରେଳପଥ ନିର୍ମାଣକାରୀ ସ˚ସ୍ଥା ଆରଭିଏନ୍ଏଲ୍ର କର୍ତୃପକ୍ଷଙ୍କୁ ଏଠାରେ ଗଳି ପୋଲ ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ଗତ ବର୍ଷକ ତଳେ ନିର୍ଦେଶ ଦେଇଥିଲେ। ତେବେ ଗଳିପୋଲ ନକରି ରେଳପଥ ନିର୍ମାଣ କାମ ଆରମ୍ଭ କରିବାରୁ ଚାଷୀମାନେ ପୁଣି ଆନ୍ଦୋଳନ କରିଥିଲେ। ସେତେବେଳେ ସହମତି ଭିତ୍ତିକ ନିଷ୍ପତ୍ତି ପର୍ଯ୍ୟନ୍ତ ୨୦୦ ମିଟର କାମକୁ ପ୍ରଶାସନ ବନ୍ଦ କରିଥିଲେ। ରେଳ ବିଭାଗ ସେହି ବିବାଦୀୟ ସ୍ଥଳରେ ଆଜି କାର୍ଯ୍ୟ କରିବାକୁ ଯୋଜନା କରୁଥିବା ଖବର ପାଇ ଚାଷୀମାନେ ସେଠାରେ ପହଞ୍ଚି ବିରୋଧ କରିଥିଲେ।
ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ତଥା ଚାଷୀ ଅଜୟ କୁମାର ସାମଲଙ୍କ ନେତୃତ୍ବରେ ବହୁ ଚାଷୀ ଘଟଣାସ୍ଥଳରେ ପହଞ୍ଚି ରେଳପଥ ନିର୍ମାଣ କାମକୁ ପ୍ରତିରୋଧ କରିଥିଲେ। ଖବର ପାଇ ତହସିଲଦାର ଅଶୋକ କୁମାରଦାସ, ଏସ୍ଡିପିଓ କେଦାରନାଥ ସାହୁ ଓ ବାଲିଚନ୍ଦ୍ରପୁର ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ପ୍ରମୁଖ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉପରୋକ୍ତ ଅଧିକାରୀମାନେ ଆନ୍ଦୋଳନକାରୀ ଚାଷୀଙ୍କ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ମଧୢ ସମାଧାନର ବାଟ ବାହାରି ନଥିଲା। ଆନ୍ଦୋଳନକାରୀ ଚାଷୀମାନଙ୍କୁ ପୁଲିସ ଘଟଣାସ୍ଥଳରୁ ବଳପୂର୍ବକ ଉଠାଇ ନେଇ ବିବାଦୀୟ ସ୍ଥାନରେ ରେଳପଥ ନିର୍ମାଣ କରିବାକୁ ରେଳ ବିଭାଗକୁ ସୁଯୋଗ ଦେଇଥିଲେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାରିନଙ୍ଗଳ ଠାରେ ଏ ନେଇ ଆଜି ରାତିରେ ଆନ୍ଦୋଳନକାରୀ ଚାଷୀମାନଙ୍କ ପକ୍ଷରୁ ଏକ ଜରୁରି ବୈଠକ ଡକାଯାଇ ପରବର୍ତୀ କାର୍ଯ୍ୟପନ୍ଥା ସ˚ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଆଜିର ଆନ୍ଦୋଳନକାରୀ ଚାଷୀମାନଙ୍କ ମଧୢରେ ଜନାର୍ଦ୍ଦନ ବଳ, ଇନ୍ଦ୍ରମଣି ସାମଲ, ତପନ ସାମଲ, କାଳିକି˚କର ସାମଲ, ବିଶ୍ବ ପ୍ରକାଶ ସାମଲ, ଅଶୋକ ବେହେରା, ବିଳାସ ବାରିକ, ସରୋଜ ଜେନା, ସୁଦାମ ସାମଲ, କଳ୍ପତରୁ ସାମଲ, ଶୁକଦେବ ଦାସ, ଧନେଶ୍ବର ଦାସ, ପ୍ରଦୀପ୍ତ ସାମଲ, ଅପରେଶ ସାମଲଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ।