ପୁରୀ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଥାନାରେ ଏତଲା

ଘୁ. ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଶାଖା ନିଖିଳ ଉତ୍କଳ କୁଇ ସମାଜ ତରଫରୁ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଦିବାସୀଙ୍କ ବିରୋଧୀ ମନ୍ତବ୍ୟ ବିରୋଧରେ ଘୁ.ଉଦୟଗିରି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଅଭିଯୋଗରେ ଦର୍ଶାଯାଇଛି ଯେ ପୁରୀ ଶଙ୍କରାଚାର୍ଯ୍ୟ ଉଦ୍ଦେଶ୍ୟମୂଳକ ଭାବେ ‘ଆଦିବାସୀ’ ଶବ୍ଦକୁ ହଟେଇ ଦିଆଯାଉ ବୋଲି କହିଛନ୍ତି। ସମସ୍ତ ଆଦିବାସୀ ସମାଜର ମୂଳୋତ୍ପାଟନ କରିବା ପାଇଁ ଏହି ମନ୍ତବ୍ୟ ଉଦ୍ଦିଷ୍ଟ। ଏହି ମନ୍ତବ୍ୟ ମଧ୍ୟ ସମଗ୍ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ ଜନସାଧାରଣଙ୍କ ପ୍ରତି ଅପମାନସୂଚକ। ତେଣୁ ତାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିବାରଣ ଆଇନ ଅନୁସାରେ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରାଯାଇଛି। କୁଇ ସମାଜ ସଭାପତି ବୀରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଥାନାଧିକାରୀ ଅଜୟ କୁମାର ସ୍ବାଇଁଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର