ଯୁକ୍ତ୩ ନାମଲେଖା ପାଇଁ ଆବେଦନ ସରିଲା

ଭୁବନେଶ୍ବର : ଯୁକ୍ତ୩ କଲେଜରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ୧୦୨୩ କଲେଜର କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଓ ସଂସ୍କୃତ ବିଭାଗର ୨ ଲକ୍ଷ ୫୧ ହଜାର ୭୮୯ ସିଟ୍‌ ଲାଗି ୨ ଲକ୍ଷ ୫୩ ହଜାର ୬୩୯ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫୨ ହଜାର ୨୯୫ଜଣ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୭ରୁ ୧୧ ତାରିଖ ମଧ୍ୟ‌ରେ ନାମଲେଖା ଅନୁଷ୍ଠିତ ହେବ। ୭ ତାରିଖ ଅପରାହ୍ନ ୨ଟାରୁ ୧୧ ତାରିଖ ମଧ୍ୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ସ୍ଲାଇଡ୍‌-ଅପ୍‌ ଅପସନ୍‌ ଫର୍ମ ଅନ୍‌ଲାଇନ୍‌ରେ ଦାଖଲ କରିପାରିବେ। ୧୬ ତାରିଖ ଅପରାହ୍ନ ୨ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ସହ ୧୬ରୁ ୧୯ ତାରିଖ ମଧ୍ୟରେ ନାମଲେଖା ହେବ। ୨୦ ତାରିଖ ଅପରାହ୍ନ ୨ଟାରେ ସାମ୍‌ସ ୱେବସାଇଟ୍‌ର ଇ-ସ୍ପେସ୍‌ରେ ଖାଲିଥିବା ସିଟ୍‌ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯିବ। ତତ୍‌କାଳ ନାମଲେଖା(ସ୍ପଟ୍‌ ସିଲେକ୍ସନ) ସେପ୍ଟେମ୍ବର ୨୧ରୁ ଆରମ୍ଭ ହେବ। ୨୮ ତାରିଖରେ ସ୍ପଟ୍‌ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବା ସହ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର