ନାବାଳିକାଙ୍କ ଗାଧୋଉଥିବା ସମୟର ଭିଡିଓ ଭାଇରାଲ କରିବା ଅଭିଯୋଗରେ ୫ ଗିରଫ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକା ଗାଧୋଉଥିବା ସମୟରେ ଭିଡିଓ କରି ଭାଇରାଲ କରିବା ଅଭିଯୋଗରେ ପୁଲିସ୍ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଖଜୁରିପଦର ଗାଁର ରଞ୍ଜିତ ଜାନୀ, ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ନିକଟ ଦଣ୍ଡିସାହିର କୈଳାସ କୌଶଲ୍ୟା, ଅମ୍ବାଦଳାର ନିରାକାର ନିରଞ୍ଜନ ଗଉଡ଼ଙ୍କ ସମେତ ଲାଞ୍ଜିଗଡ଼ ଥାନା ବସନ୍ତପଡ଼ାର ମଧୁସୂଦନ ଗଉଡ଼ ଓ ଦିଲ୍ଲୀପ ଗଉଡ଼।

ସଂପୃକ୍ତ ନାବାଳିକା ଜଣକ ଗାଧୋଉଥିବା ବେଳେ ସେମାନେ ଭିଡିଓ କରି ନାବାଳିକାଙ୍କୁ ଦେଖାଇ ବ୍ଲାକମେଲ୍ କରିବାକୁ ଉଦ୍ୟମ କରୁଥିଲେ। ଏ ସଂପର୍କରେ ନାବାଳିକାଙ୍କ ବାପା ଜାଣିବା ପରେ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର