କୁନ୍ଦୁଲିରେ ହେବ ଅଦା ପ୍ରକ୍ରିୟାକରଣ ୟୁନିଟ

ଜୟପୁର : କୋରାପୁଟ ଜିଲ୍ଲାରୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର ଅଦା ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରକୁ ଯାଉଛି। ତେବେ ଏଠାରୁ ବାହାରକୁ ଯାଉଥିବା ଅଦା ମାଟିରୁ ବାହାରିବା ପରେ ଠିକ୍ ରୂପେ ସଫା କରାଯାଉ ନଥିଲା। ତେଣୁ ଚାଷୀଙ୍କୁ କମ ଦରରେ ବିକ୍ରି କରିବାକୁ ପଡ଼ୁଥିଲା। ତେଣୁ ଚାଷୀଙ୍କୁ ଉତ୍ତମ ବଜାର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଓରମାସ (ଜିଲ୍ଲା ଯୋଗାଣ ଓ ବିପଣନ ସମିତି) ପକ୍ଷରୁ ଉତ୍ତମ ବଜାର ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ହାଲକୁ ଦାୟିତ୍ବ ଦିଆଯାଇଥିଲା। ଜିଲ୍ଲାପାଳ ଡା.ପୋମା ଟୁଡୁ ଏନେଇ ଆରଏମସି ଓ ହାଲ୍ ସହ ଆଲୋଚନା କରିଛନ୍ତି। ଆରଏମସି ପକ୍ଷରୁ ରୁମ ଯୋଗାଇ ଦିଆଯିବ। ଏହି ରୁମରେ ହାଲ୍ ପକ୍ଷରୁ ଅଦାରୁ ମାଟି ବାହାର କରିବା ଏବଂ ସଫେଇ କରି ସୁଖାଇବା ଯନ୍ତ୍ର ଲଗାଯିବ। ଏହି ପ୍ରକ୍ରିୟାକରଣ ୟୁନିଟ୍ ଅତିଶୀଘ୍ର ଆରମ୍ଭ ହେବ ବୋଲି ଓରମାସର ନିର୍ବାହୀ ଅଧିକାରୀ ରୋଶନ କୁମାର କାର୍ତ୍ତିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର