ଜୟପୁର ଆସି ଦାଦାଙ୍କ ଆଶୀର୍ବାଦ ନେଲେ ହାଇକୋର୍ଟ ବିଚାରପତି

ଜୟପୁର: ଓଡ଼ିଶା ହାଇକୋର୍ଟର ବିଚାରପତି ହେବା ପରେ ପ୍ରଥମ ଥର କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିଲେ ଶିବଶଙ୍କର ମିଶ୍ର। ସେ ତାଙ୍କ ଏହି ଗସ୍ତ ବେଳେ ସେ ପିଲା ଦିନ କାଟିଥିବା ସ୍କୁଲ, ଚାଖଟି, ଜଳଖିଆ ଦୋକାନ ଆଦି ବୁଲି ଦେଖିବା ସହ ମା’ଭଗବତୀ, ଜଗନ୍ନାଥ ମନ୍ଦିର ଆଦି ଯାଇ ଦର୍ଶନ କରିଥିଲେ। ମଧ୍ୟାହ୍ନରେ ପାରାବେଡ଼ା ସନ୍ତୋ‌ଷୀ ମା ନଗର ପ୍ରଥମ ଲାଇନରେ ରହୁଥିବା ଭାଇ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଘରକୁ ଯାଇ ଭାଇଙ୍କୁ ଭେଟିଥିଲେ। କୋରାପୁଟ ପୁଜାରୀପୁଟରେ ରହୁଥିବା ଦାଦା ପ୍ରପୁଲ୍ଲ ଚନ୍ଦ୍ର ମିଶ୍ର (ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟି ଉପସଭାପତି)ଙ୍କ ଘରକୁ ଯାଇଥିଲେ। ସେଠାରେ ଦାଦାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ବିଚାରପତି। ବିଚାରପତି ତାଙ୍କ ଦାଦାଙ୍କ ପାଦ ଛୁଇଁ ଗଦଗଦ ହୋଇ ପଡ଼ିଥିଲେ। ସ୍ବଳ୍ପ ସମୟ ତାଙ୍କ ଘରେ ରହି ସେ କଟକ ଫେରି ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର